Donald Trump China Tariff War: ଚୀନ ଉପରେ ମୋଟ୍ ୧୪୫% ଟାରିଫ୍ ଲଗାଇଲେ ଟ୍ରମ୍ପ
Donald Trump China Tariff War: ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏବେ ଶୀର୍ଷରେ ପହଞ୍ଚିଛି କହିବା ଭୁଲ ହେବ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ୧୪୫%କୁ ବୃଦ୍ଧି କରିଥିବା ବେଳେ ଚୀନ ମଧ୍ୟ ଜବାବରେ ୮୪% ଶୁଳ୍କ ଲଗାଇ ଆମେରିକାକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛି। ଚୀନ ଉପରେ ୧୨୫% ନୁହେଁ ବରଂ ୧୪୫% ଟାରିଫ୍ ଲାଗୁ କରିଛି ଆମେରିକା । ଫେଣ୍ଟାନିଲ୍ ଚୋରା ଚାଲାଣ ଅଭିଯୋଗରେ ୨୦% ଟାରିଫ୍ ବୃଦ୍ଧି କରାଯାଇଛି ।
୧୪୫% ଟାରିଫ୍ ଲାଗୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ପୂର୍ବରୁ ଚୀନ ଉପରେ ୧୨୫% ଟାରିଫ୍ ଲଗାଇଥିଲା ଆମେରିକା । ଟ୍ରମ୍ପ ଏପ୍ରିଲ ୯ ତାରିଖରେ ୧୨୫% ଶୁଳ୍କ ଘୋଷଣା କରିଥିଲେ, କିନ୍ତୁ ପରେ ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଥିଲା ଯେ ଏହା ଫେଣ୍ଟାନିଲ୍ ଯୋଗାଣ ଶୃଙ୍ଖଳରେ ଚୀନର କଥିତ ଭୂମିକା ଉପରେ ପୂର୍ବରୁ ଥିବା ୨୦% ଶୁଳ୍କ ସହିତ ଅତିରିକ୍ତ ଥିଲା। ଏହିପରି, ଆମେରିକାର ମୋଟ ଶୁଳ୍କ ଏବେ ୧୪୫% ରେ ପହଞ୍ଚିଛି । ଏହାକୁ ଆଧୁନିକ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଭାବରେ ବିବେଚନା କରାଯାଏ।

୨୦୨୪ ମସିହାରେ ଚୀନ୍ ଆମେରିକାକୁ ୪୬୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଏବଂ ସେବା ପଠାଇଥିଲା । ଚୀନ୍କୁ ଆମେରିକାର ରପ୍ତାନି ୧୯୯ ବିଲିୟନ ଡଲାରକୁ ପହଞ୍ଚିଲା । ମେକ୍ସିକୋ ଏବଂ କାନାଡା ପରେ ଚୀନ୍ ଏବେ ଆମେରିକାର ତୃତୀୟ ବୃହତ୍ତମ ଆମଦାନୀ ଉତ୍ସ ସେହିପରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ମୁଁ ଚାହୁଁଛି ଦୁନିଆ ଆମ ସହିତ ଉଚିତ ବ୍ୟବହାର କରୁ । ଆମେରିକା ବର୍ତ୍ତମାନ ଭଲ ସ୍ଥିତିରେ ଅଛି ।
ବର୍ତ୍ତମାନ ଚୀନ୍ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମନା କରିଦେଇଛି ଅନ୍ୟପକ୍ଷରେ ଆମେରିକା ମଧ୍ୟ ଆକ୍ରମଣାତ୍ମକ ମୋଡରେ ଅଛି। ଏପରି ପରିସ୍ଥିତିରେ, ନିକଟ ଭବିଷ୍ୟତରେ ଏକ ସମାଧାନ କଷ୍ଟକର ମନେ ହେଉଛି । ଏହି ଶୁଳ୍କ ଯୁଦ୍ଧ କେବଳ ବାଣିଜ୍ୟ ପାଇଁ ଏକ ଯୁଦ୍ଧ ନୁହେଁ, ବରଂ ରାଜନୈତିକ, କୂଟନୈତିକ ଏବଂ ବିଶ୍ୱ କ୍ଷମତା ସନ୍ତୁଳନ ପାଇଁ ଏକ ଯୁଦ୍ଧ ମଧ୍ୟ । ଆମେରିକା ୧୪୫% ଶୁଳ୍କ ଲଗାଇ ଚୀନ୍ ଉପରେ ଚାପ ପକାଇଥିବାବେଳେ, ଚୀନ୍ ମଧ୍ୟ ୮୪% ପ୍ରତିଆକ୍ରମଣ ଏବଂ ଏକ ନୂତନ ମେଣ୍ଟ ମାଧ୍ୟମରେ ନିଜର ସ୍ଥିତିକୁ ମଜବୁତ କରୁଛି।












Click it and Unblock the Notifications