ଡୋନାଲ୍ଡ ଟ୍ରମ୍ପ ହୋଇପାରନ୍ତି ଆମେରିକାର ରାଷ୍ଟ୍ରପତି !
US ELECTIONS 2024: ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନିର୍ବାଚନରେ ଜିତିବା ସହ ପୁଣି ହ୍ୱାଇଟ୍ ହାଉସକୁ ଫେରିପାରନ୍ତି । ନ୍ୟୁୟର୍କ ଟାଇମ୍ସ ପୂର୍ବାନୁମାନ କରିଛି ଯେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ 278 ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ 260 ଇଲେକ୍ଟୋରାଲ୍ କଲେଜ ଭୋଟ୍ ପାଇବେ। ଆମେରିକାରେ ରାଷ୍ଟ୍ରପତି ହେବାକୁ ହେଲେ ପ୍ରାର୍ଥୀଙ୍କୁ ଅତି କମରେ 270 ଇଲେକ୍ଟୋରାଲ କଲେଜ ଭୋଟ୍ ମିଳିବା ଆବଶ୍ୟକ ।

ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଏବଂ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ବିଭିନ୍ନ ସର୍ବେକ୍ଷଣରେ ଏଥର ନିର୍ବାଚନ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି 'ସ୍ବିଙ୍ଗ୍ ଷ୍ଟେଟ୍' ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା-କାନାଡା ସୀମାରେ ଥିବା ଏକ ଛୋଟ ସହର ନ୍ୟୁ ହାମ୍ପସାୟାର ଟାଉନ୍ସିପରେ ପ୍ରଥମ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ସମଗ୍ର ଦେଶରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ବୁଧବାର ପୂର୍ବାହ୍ନ ୧୦ଟା ୩୦ (ଭାରତୀୟ ସମୟ)ରେ ଶେଷ ହେବ।












Click it and Unblock the Notifications