ଟ୍ରମ୍ପଙ୍କ 'ପୋପ୍' ଅବତାର, ଭାଇରଲ ହେଉଛି ......

ପରବର୍ତ୍ତୀ ପୋପ୍ ହେବେ କି ଡୋନାଲ୍ଟ ଟ୍ରମ୍ପ ? ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କର ଦେହାନ୍ତ ହେବା ପରେ ନୂଆ ପୋପ୍‌ କିଏ ହେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କର ଏକ ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି । ଯେଉଁଥିରେ ଟ୍ରମ୍ପ ପୋପ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ଫଟୋ ସେୟାର କରାଯାଇଛି । ଫଟୋକୁ ଦେଖି ଅଲଗା ଅଲଗା କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଡୋନାଲ୍ଡ ଟ୍ରମ୍ପ ଙ୍କୁ ପୋପଙ୍କ ଅବତାର ହୋଇଥିବା ଫୋଟ କୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ରିପୋର୍ଟ ଅନୁସାରେ, ଏହି AI ପୋଷ୍ଟ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ନେଟିଜେନମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଯାଇ ଫଟୋଗୁଡ଼ିକ ସମ୍ପର୍କରେ ନିଜର ପ୍ରତିକ୍ରିୟା ଏବଂ ମତାମତ ସେୟାର କରିଛନ୍ତି । ଗୋଟିଏ ଫଟୋ ଖ୍ରୀଷ୍ଟ ଧର୍ମର ସର୍ଵାଚ ଧର୍ମ ଗୁରୁ ପୋପ ଫ୍ରାନସିସଙ୍କ ଶେଷ କୃତ୍ୟ ସାରିଥିବା ବେଳେ ଭାଟିକାନ ସିଟି ର ନୂଆ ପୋପ ଙ୍କ ନିଯୁକ୍ତି ପାଇଁ ଚର୍ଚ୍ଚା ଚାଲିଛି । ଫଟୋରେ ଟ୍ରମ୍ପ ପୋପଙ୍କ ଭଳି ପୋଷାକ ପିନ୍ଧିବା ସହ ଚେୟାରରେ ବସିଥିବା ଦେଖିବାକୁ ମିଳୁଛି । ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ପୋପ୍ ଫ୍ରାନ୍ସିସ୍ ଗତ ମାସରେ ଦେହାନ୍ତ ହୋଇଥିଲେ। ପୋପଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ଅନେକ ବିଶ୍ୱ ନେତା ଯୋଗ ଦେଇଥିଲେ । ମାତ୍ର ଗୋଟିଏ ଦିନ ପୂର୍ବରୁ, ଭାଟିକାନ ସିଟିରେ ଏକ ଚିମିନି ସ୍ଥାପନ କରାଯାଇଥିଲା, ଯାହା ନୂତନ ପୋପଙ୍କ ନିର୍ବାଚନ ପ୍ରକ୍ରିୟାର ଆରମ୍ଭକୁ ସୂଚିତ କରିଥିଲା । ଏହା ପୂର୍ବରୁ ମଧ୍ୟ AI ଜେନେରେଟେଡ୍ ପୋପ୍ ଙ୍କ ସହିତ ଟ୍ରମ୍ପଙ୍କ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। "ଏହା ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଅସମ୍ମାନଜନକ," ଜଣେ ବ୍ୟବହାରକାରୀ ଲେଖିଛନ୍ତି ।

ଅନେକ ୟୁଜର୍ସ ଟ୍ରମ୍ପଙ୍କ ଏମିତି ପୋଷ୍ଟକୁ ସମାଲୋଚନା କରିଛନ୍ତି । କାରଣ ପୋପଙ୍କ ଦେହାନ୍ତ ପରେ ଗୋଟିଏ ସମୁଦାୟ ଶୋକରେ ବୁଡି ରହିଥିଲେ । ଏମିତି ସମୟରେ ଟ୍ରମ୍ପଙ୍କ ଏମିତି ପୋଷ୍ଟ ଶୋଭା ପାଏନି ବୋଲି ଅନେକ କହିଛନ୍ତି । ଏହି ଫଟୋରେ ଟ୍ରମ୍ପଙ୍କ ବେକରେ କ୍ରସ୍ ସହିତ ପୋପ୍ ପୋଷାକ ପିନ୍ଧିଥିବାର ଦେଖାଯାଉଛି। କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ହାସ୍ୟାସ୍ପଦ ଦର୍ଶାଇଥିବା ବେଳେ ଆଉ କିଛି ପୋପଙ୍କ ପ୍ରତି ଏହା ଉପହାସ ବୋଲି ଅଭିଯୋଗ କରିଛନ୍ତି ।

trump

ନୂତନ ପୋପ୍ ନିର୍ବାଚିତ ହେବା ପୂର୍ବରୁ, ଟ୍ରମ୍ପଙ୍କ ଏଆଇ ଜେନେରେଟେଡ୍ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। "ଏହା ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଅସମ୍ମାନଜନକ,ବୋଲି" ଜଣେ ବ୍ୟବହାରକାରୀ ଫଟୋରେ ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା ଅତ୍ୟନ୍ତ ଅପମାନଜନକ ଏବଂ ନାର୍ସିସିଷ୍ଟିକ୍। ରିପବ୍ଲିକାନମାନେ ପ୍ରକୃତରେ ଏହାକୁ ଭୋଟ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+