Get Updates
Get notified of breaking news, exclusive insights, and must-see stories!

ମହିଳାଙ୍କ ଆଖିରୁ 23ଟି କଣ୍ଟାକ୍ଟ ଲେନ୍ସ ବାହାର କଲେ ଡାକ୍ତର

ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣେ ମହିଳାଙ୍କର ଭିଡିଓ। ତାଙ୍କର ଆଖିରୁ 23 ମିନିଟରେ 23ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଇଛି ।

ୱାଶିଂଟନ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣେ ମହିଳାଙ୍କର ଭିଡିଓ। ତାଙ୍କର ଆଖିରୁ 23ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଇଛି । ତେବେ ମହିଳାଙ୍କ ଆଖିରେ ଏକାଥରେ ଏତେ ସଂଖ୍ୟକ ଲେନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। ତେବେ ଏହି ଭିଡିଓକୁ ଡାକ୍ତର କାଟେରିନା କୁରଟୀଭା ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିବା ପରେ ଏହା ଧିରେ ଧିରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏହି ଭିଡିଓକୁ ପ୍ରାୟ 3 ମିଲିୟନ ଲୋକ ଦେଖି ସାରିଲେଣି ।

viral photo
ସୂଚନା ଅନୁସାରେ, ଡାକ୍ତରଙ୍କ ପାଖକୁ ଆସିଥିବା ମହିଳା ଜଣଙ୍କ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି। ତେବେ ଲେନ୍ସ ବ୍ୟବହାରକାରୀ ମାନେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ କାଢିଥାନ୍ତି । କିନ୍ତୁ ଏହି ମହିଳା ଜଣଙ୍କ 23 ଦିନ କାଳ ଭୁଲବଶତଃ କଣ୍ଟାକ୍ଟ ଲେନ୍ସକୁ ଆଖିରୁ ବାହାର କରିବା ପାଇଁ ଭୁଲି ଯାଇଥିଲେ। ଏହାପରେ ତାଙ୍କ ଆଖିରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଯାଞ୍ଚ ପରେ ତାଙ୍କ ଡାହାଣ ପଟ ଆଖିରେ 23ଟି ଲେନ୍ସ ରହିଥିବା ଜଣାପଡ଼ିଥିଲା। ଏହାକୁ ଡାକ୍ତର ବେଶ ସତର୍କତା ସହ ବାହାର ମଧ୍ୟ କରିଛନ୍ତି।


ତେବେ ଏହି ଘଟଣାରେ ଡାକ୍ତର କାଟେରିନା ମହିଳାଙ୍କ ଭିଡିଓ ପୋଷ୍ଟ କରି କହିଛନ୍ତି, ଜଣଙ୍କ ଆଖିରୁ 23ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଉଛି। ଏହା ମୋ କ୍ଲିନକର ପ୍ରକୃତ ଭିଡିଓ। ଏଥିସହିତ ଲୋକଙ୍କୁ ସତର୍କ କରି କହିଛନ୍ତି, କଣ୍ଟାକ୍ଟ ଲେନ୍ସ ପିନ୍ଧି ଆଦୌ ଶୁଅନ୍ତୁ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+