ଆପଣ ଜାଣିଛନ୍ତି କି ଆମେରିକାର ରାଷ୍ଟ୍ରପତିଙ୍କ ଦରମା କେତେ ଆଉ କଣ ସବୁ ସୁବିଧା ମିଳେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆମେରିକାରେ ପୁଣି ଡୋନାଲ୍ଡ ଟ୍ରମ୍ପ ଶାସନ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ସୋମବାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ବିଚାରପତି ଜନ୍ ରବର୍ଟସ୍ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ ।

ପ୍ରବଳ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଆମେରିକୀୟ ସଂସଦ ଭବନ ଭିତରେ ଅନୁଷ୍ଠିତ ହୋଇଛି । ସମାରୋହରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁଶ, ବାରାକ୍ ଓବାମାଙ୍କଠାରୁ ଆରମ୍ଭ କରି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ସାମିଲ ହୋଇଥିଲେ। ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନି ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।
ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କୁ ମିଳିବ କେତେ ଟଙ୍କା ସାଲାରୀ ଆଉ ମିଳିବ କେଉଁ କେଉଁ ସବୁ ସୁବିଧା । ଆମେରିକା ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ବ କୁହାଯାଏ । ଏହି ଆମେରିକାର ସତ୍ତା ସମ୍ଭାଳିବାକୁ ରାଷ୍ଟ୍ରପତିଙ୍କୁ କୋଟି କୋଟି ଟଙ୍କା ଦରମା ମିଳିଥାଏ । କେବଳ ଦରମା ନୁହେଁ ଆଲାଉନ୍ସ ସହ ହାଇଟେକ ସିକ୍ୟୁରିଟି ଓ ବିଭିନ୍ନ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ମିଳିବାକୁ ଯାଉଛି ।
ଆମେରିକାର ରାଷ୍ଟ୍ରପତି ପ୍ରତି ମାସରେ କୋଟି କୋଟି ଟଙ୍କା ଦରମା ପାଆନ୍ତି । ରାଷ୍ଟ୍ରପତିଙ୍କୁ ପ୍ରତିବର୍ଷ ୪,୦୦,୦୦୦ ଡଲାର ଦରମା ମିଳିଥାଏ, ଯାହା ପ୍ରାୟ ୩ କୋଟି ୪୬ ଲକ୍ଷ ଟଙ୍କା । ଆପଣଙ୍କୁ କହି ରଖୁଛୁ ଯେ ଆମେରିକାର ରାଷ୍ଟ୍ରପତି ୨୦୦୧ ମସିହାରୁ ଏହି ଦରମା ପାଇ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଏହି ଦରମା ଆମେରିକୀୟ ସଂସଦ ଦ୍ୱାରା ନିର୍ଣ୍ଣୟ କରାଯାଇଥିଲା । ଦରମା ସହିତ, ରାଷ୍ଟ୍ରପତିଙ୍କୁ ୧,୬୯,୦୦୦ ଅର୍ଥାତ୍ ପ୍ରାୟ ୧.୪୬ କୋଟି ଟଙ୍କା ମୂଲ୍ୟର ଆଲାଉନ୍ସ ମଧ୍ୟ ଦିଆଯାଏ । ମୋଟାମୋଟି ଭାବରେ, ଆମେରିକାର ରାଷ୍ଟ୍ରପତି ପ୍ରତିବର୍ଷ ପ୍ରାୟ ୫ କୋଟି ଟଙ୍କା ପାଆନ୍ତି ।
CNBCର ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତିଙ୍କ ଆଲାଉନ୍ସରେ ୫୦ ହଜାର ଡଲାର ଖର୍ଚ୍ଚ, ୧୯ ହଜାର ଡଲାର ମନୋରଞ୍ଜନ ଖର୍ଚ୍ଚ ଏବଂ ୧ ଲକ୍ଷ ଡଲାର ଅଣ-କର ଟ୍ରାଭେଲ୍ ଆକାଉଣ୍ଟ ଅନ୍ତର୍ଭୁକ୍ତ ଆଲାଉନ୍ସ ଦିଆଯାଏ । ଏହା ବ୍ୟତୀତ, ଆମେରିକୀୟ ରାଷ୍ଟ୍ରପତିଙ୍କୁ ଅନ୍ୟାନ୍ୟ ଖର୍ଚ୍ଚ କରିବାର ମଧ୍ୟ ଅନୁମତି ରହିଥାଏ । ଏହା ସହ ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠୁ ସୁରକ୍ଷିତ ବିଲ୍ଡିଂ ହ୍ୱାଇଟ୍ ହାଉସରେ ରହିବାକୁ ସୁଯୋଗ ଦିଆଯାଏ ।
ହ୍ୱାଇଟ୍ ହାଉସ...ଏହା ଏକ ସାଧାରଣ ଭବନ ନୁହେଁ । ସେଠାକାର ସୁରକ୍ଷା ବ୍ୟବସ୍ଥା ଏତେ କଡାକଡି ଯେ କୁହାଯାଏ ଗୋଟିଏ ପକ୍ଷୀ ମଧ୍ୟ ଏହା ଉପରେ ଉଡିପାରେନି । ଏଠାରେ ଯାତାୟତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଧୁନିକ ଟେକ୍ନୋଲୋଜି (ଇଓ) ମାଧ୍ୟମରେ ଚିହ୍ନଟ କରାଯାଏ । ଏହି ଟେକ୍ନୋଲୋଜିରେ ଲାଗିଥିବା ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଏବଂ ସେନ୍ସରଗୁଡ଼ିକ କୌଣସି ବି ଅଜଣା ବ୍ୟକ୍ତି କିମ୍ବା ସନ୍ଦେହଜନକ କାର୍ୟ୍ୟକଳାପକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଆଲର୍ଟ କରାଇଥାଏ ।
ହ୍ୱାଇଟ୍ ହାଉସକୁ ସୁରକ୍ଷିତ ରଖିବା ପାଇଁ ମୁହଁ ଚିହ୍ନଟ ପ୍ରଣାଳୀ ଏବଂ ବାୟୋମେଟ୍ରିକ୍ ସ୍କାନର ବ୍ୟବହାର କରାଯାଏ । ଏହାର ଚାରିପାଖରେ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଯେଉଁଥିରେ ତାପମାନ ସେନ୍ସର୍, ମୋସନ ଡିଟେକ୍ଟର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଉପକରଣ ଅନ୍ତର୍ଭୁକ୍ତ । ଏହି ସିଷ୍ଟମଗୁଡ଼ିକ ଛୋଟରୁ ଛୋଟ ଗତିବିଧିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ । ଯାହା ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସୂଚନା ପାଇପାରନ୍ତି । ସେଠାରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ମିଳିଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବହୁ ସଂଖ୍ୟରେ ସୁରକ୍ଷା କର୍ମୀ ନିୟୋଜିତ ହୁଅନ୍ତି । ଏଥିରେ ମେରାଇନ୍ କମାଣ୍ଡୋଙ୍କଠାରୁ ଆରମ୍ଭ କରି ଗୁପ୍ତ ସେବା ଅଧିକାରୀ ପର୍ୟ୍ୟନ୍ତ ସମସ୍ତେ ସାମିଲ ଥାଆନ୍ତି ।












Click it and Unblock the Notifications