Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ଆରମ୍ଭ ହେଲା ଆଲୋକର ପର୍ବ ଦୀପାବଳୀ

ହାରିସ୍ ଦୀପାବଳି ଉତ୍ସବ ପାଇଁ ବିଶିଷ୍ଟ ଭାରତୀୟ-ଆମେରିକୀୟ, କୂଟନୀତିଜ୍ଞ ଏବଂ ପ୍ରଶାସନର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ୱାଶିଂଟନ: ଆମେରିକାର ହିଷ୍ଟୋରିକ ଟାଇମ ସ୍କୋୟାରରେ ଆରମ୍ଭ ହୋଇଛି ଆଲୋକର ପର୍ବ ଦୀପାବଳୀ ଉତ୍ସବ। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନିଜ ବାସଭବନରେ ଦିପାବଳୀ ପାଳନ କରିଛନ୍ତି । ଏଥିସହିତ ୱାଶିଂଟନରେ ମଧ୍ୟ ଏହି ପର୍ବ ପାଳନ ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ଏବଂ ଆମେରିକୀୟ ସଂସଦର ସାଂସଦ ଏକ ସପ୍ତାହ ପାଇଁ ଦିପାବଳୀ ଉତ୍ସବ ପାଳନ କରିବାକୁ ଯାଉଛନ୍ତି।

diwali
ଶୁକ୍ରବାର ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ତାଙ୍କ ପରିବାର ସହିତ ଭାରତୀୟ-ଆମେରିକୀୟ ,କୂଟନୀତିଜ୍ଞ ଏବଂ ପ୍ରଶାସନର ସଦସ୍ୟଙ୍କୁ ଏହି ପର୍ବ ପାଇଁ ନିଜ ବାସଭବନକୁ ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ବାଇଡେନ ଓ ପରିବାର ଡକ୍ଟର ଜିଲ ବାଇଡେନ ସୋମବାର ଦିନ ଦିପାବଳୀ ଉତ୍ସବ ପାଳନ କରିବାକୁ ଭାରତୀୟ-ଆମେରିକୀୟଙ୍କୁ ହ୍ୱାଇଟ ହାଉସକୁ ନିମନ୍ତ୍ରଣ କରିଛନ୍ତି। ଆମେରିକୀୟ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚଳିତ ମାସ 26 ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ରାଷ୍ଟ୍ରଦୂତଙ୍କ ସହ ଦୀପାବଳୀ ଉତ୍ସବର ଆୟୋଜନ କରିଛନ୍ତି ।

ଫ୍ଲୋରିଡାରେ ମାର-ଏ-ଲାଗୋ ଠାରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାସଭବନରେ ରିପବ୍ଲିକ ହିନ୍ଦୁ ସାମୁଖ୍ୟରେ ପ୍ରାୟ 2ଶହ ଭାରତୀୟ-ଆମେରିକୀୟ ସଦସ୍ୟ ଦିପାବଳୀ ଉତ୍ସବରେ ଯୋଗଦେବେ। ଏଠାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଅତିଥିଙ୍କ ପାଇଁ ହିନ୍ଦି ଗୀତ ସହିତ ଭାରତୀୟ ବ୍ୟଞ୍ଜନ ପରସାଯିବାର ଯୋଜନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+