କର୍ମଚାରୀଙ୍କ ଭଲମନ୍ଦ ପଚାରି ବୁଝିବା କାନାଡା ପ୍ରଧାନମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା, ଜାଣନ୍ତୁ ପୁରା ଘଟଣା...
ଓଟାୱା: କର୍ମଚାରୀଙ୍କ ଭଲମନ୍ଦ ପଚାରି ବୁଝିବା ପଡ଼ିଲା କାନାଡା ପ୍ରଧାନମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ସୁଚନାନୁସାରେ ଦେଶର ଏକ ଇସ୍ପାତ ପ୍ଲାଣ୍ଟ ପରିଦର୍ଶନ କରି ଟ୍ରୁଡୋ କର୍ମଚାରୀଙ୍କ ଭଲମନ୍ଦ ବୁଝୁଥିବା ବେଳେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଜଣେ କର୍ମଚାରୀ ତାଙ୍କ ସହ ସିଧାସଳଖ କଥା ହୋଇ ସମାଲୋଚନା କରିଛନ୍ତି ।
ଦରଦାମ ବୃଦ୍ଧି ଓ ଅତ୍ୟଧିକ ଟିକସକୁ ନେଇ ସେ ତାଙ୍କ ଉପରେ ଅଭିଯୋଗ କରିଛନ୍ତି । ଆଉ ବର୍ତ୍ତମାନ ସେହି ସମୟର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଟ୍ରୁଡୋ କହୁଛନ୍ତି ଯେ ଚୀନ୍ ଉପରେ ଯେଉଁ ୨୫% ଟିକସ ଲାଗୁ ହୋଇଛି, ତାହାଦ୍ୱାରା ଆପଣମାନଙ୍କୁ ଫାଇଦା ମିଳିବ ।
ଆପଣଙ୍କ ଚାକିରି ଉପରେ କୌଣସି ସମସ୍ୟା ଉପୁଜିବ ନାହିଁ । ମୁଁ ଆପଣଙ୍କ ପାଇଁ ତଥା ଆପଣଙ୍କ ଚାକିରିରେ ନିବେଶ କରିବାକୁ ଯାଉଛି । ଟ୍ରୁଡୋଙ୍କଠାରୁ ଏହା ଶୁଣିବା ପରେ ଜଣେ ଇସ୍ପାତ କର୍ମଚାରୀ ନିରାଶ ହୋଇ କହୁଛନ୍ତି, ମୁଁ ଯେଉଁ ୪୦% ଟିକସ ଦେଉଛି, ତାହାର କ'ଣ ହେଉଛି? ମୁଁ ଏତେ ଟିକସ ଦେଉଛି, କିନ୍ତୁ ମୋ ପାଖରେ ଡାକ୍ତର ସୁବିଧା ନାହିଁ ।

ମୁଁ ନିଜ ଡେଣ୍ଟାଲ୍ ଇନ୍ସ୍ୟୁରାନ୍ସ ଲାଗି ମଧ୍ୟ ଟଙ୍କା ଗଣୁଛି । କର୍ମଚାରୀ ଜଣକ ଆହୁରି କହୁଛନ୍ତି, ଏକ ଫୁଲ୍ଟାଇମ୍ ଜବ୍ ହୋଇ ସୁଦ୍ଧା ମୁଁ ପତ୍ନୀ ଓ ପିଲାଙ୍କର ଭରଣପୋଷଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି । ମୁଁ ଯାହା ରୋଜଗାର କରୁଛି, ତାହାର ପ୍ରାୟ ଅଧା ଭାଗ ସରକାର ନେଇଯାଉଛନ୍ତି । ମୋତେ ଲାଗୁଛି ଆପଣ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ।
କିନ୍ତୁ ଆମେ ଆପଣଙ୍କୁ ଆଉ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହୁଁ । ଏହାର ଜବାବରେ ଟ୍ରୁଡୋ କହୁଛନ୍ତି, ଏଇଥିପାଇଁ ନିର୍ବାଚନ ହୋଇଥାଏ । ମୁଁ ଆଶା କରୁଛି ପ୍ରତ୍ୟେକ ଲୋକ ଭୋଟ୍ ଦେବେ । ଆମେ ଆପଣଙ୍କ ଚାକିରିରେ ନିବେଶ କରିବୁ । ଏହାପରେ କର୍ମଚାରୀ ଜଣକ କହୁଛନ୍ତି, ଆପଣଙ୍କର କୌଣସି କଥାରେ ଆମର ବିଶ୍ୱାସ ହେଉନାହିଁ ।
ସୁଚନାନୁସାରେ କିଛି ଦିନ ତଳେ ଜଷ୍ଟିନ ଟ୍ରୁଡୋ ସରକାର କାନାଡ଼ାରେ ଚୀନ ଇଲେକ୍ଟ୍ରିକ୍ କାର୍ ଉପରେ ୧୦୦ ପ୍ରତିଶତ ଟ୍ୟାକ୍ସ ଲଗାଇଛନ୍ତି। ଅର୍ଥାତ୍ ଯଦି କାରର ଦାମ ୨୦ ଲକ୍ଷ ହୋଇଥିବା ତେବେ ସେଠାକାର ଗ୍ରାହକ ଏହାକୁ ୧୦୦ ପ୍ରତିଶତ ଟ୍ୟାକ୍ସ ସହ ଚୀନ କାରକୁ ୪୦ ଲକ୍ଷରେ କିଣିବେ।
ଏମିତି ହେବା ଦ୍ୱାରା ଚୀନ ଇଭି ମହଙ୍ଗା ହୋଇଯିବ। ଲୋକେ ଆଉ ଚୀନ ଇଭି କିଣିବେ ନାହିଁ। ଫଳରେ ଚୀନକୁ ବ୍ୟାପାର ଘାଟା ସହିବାକୁ ପଡ଼ିବ। କେବଳ ସେତିକି ନୁହେଁ ଚୀନ ଇସ୍ପାତ ଓ ଷ୍ଟିଲ ଉପରେ ୨୫ ପ୍ରତିଶତରୁ ଅଧିକ ଟ୍ୟାକ୍ସ ଲଗାଯିବ ବୋଲି କାନାଡ଼ା ସରକାର ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications