ବାଂଲାଦେଶ ଫେରିବେ ଶେଖ୍ ହସିନା!

ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରିଥିଲେ ଆନ୍ଦୋଳନକାରୀ। ଅଗଷ୍ଟ ୫ରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ପଦରୁ ଇସ୍ତଫା ଦେଇ ଭାରତ ଚାଲି ଆସିଥିଲେ ଶେଖ୍ ହସିନା।

ବର୍ତ୍ତମାନ ସେଠାରେ ଅନ୍ତରୀଣ ସରକାର ଗଠନ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର କାର୍ଯ୍ୟ କରୁଛନ୍ତି। ହିଂସାରେ ବର୍ତ୍ତମାନ ସୁଦ୍ଧା ୪୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ଶତାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଉ ବର୍ତ୍ତମାନ ଶେଖ ହସିନାଙ୍କୁ ନେଇ ଆସିଛି ବଡ଼ ଖବର । କୁହାଯାଉଛି ବାଂଲାଦେଶ ଫେରିପାରନ୍ତି ଶେଖ୍ ହସିନା ।

ସଂରକ୍ଷଣ ବିରୋଧୀ ଭୟଙ୍କର ଆନ୍ଦୋଳନ ଯୋଗୁ ଇସ୍ତଫା ଦେଇ ଦେଶ ଛାଡ଼ିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ଢାକା ଫେରିବେ କି? ଏହି ପ୍ରଶ୍ନର ବଡ଼ ଉତ୍ତର ଦେଇଛନ୍ତି ବାଂଲାଦେଶରେ ଏବେ ଗଠନ ହୋଇଥିବା ଅନ୍ତରୀଣ ସରକାର। ଯଦି ଆଇନ ମନ୍ତ୍ରଣାଳୟ ଅନୁରୋଧ କରିବ, ତା'ହେଲେ ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଅନ୍ତରୀଣ ସରକାର ମତ ରଖିଛନ୍ତି । ବିଏସଏସ୍‌ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ ରବିବାର ଅନ୍ତରୀଣ ସରକାରର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏପରି ମତ ରଖିଛନ୍ତି।

Sheikh Hasina

ଗତ ସପ୍ତାହରେ ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାର ମୁଖିଆ ଭାବେ ଶପଥ ନେଇଥିଲେ। ଏହାପରେ ରବିବାର ଅନ୍ତରୀଣ ସରକାରଙ୍କ ପକ୍ଷରୁ ହୁସେନ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଗୃହମନ୍ତ୍ରୀ ଅବସରପ୍ରାପ୍ତ ବ୍ରିଗେଡିର‌୍ୟ ଜେନେରାଲ ଏମ ସାଖୱତ ହୁସେନ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଅବସରପ୍ରାପ୍ତ ବ୍ରିଗେଡିର‌୍ୟ ଜେନେରାଲ କହିଛନ୍ତି ଯେ, ଶେଖ ହାସିନାଙ୍କ ପାର୍ଟି ଅୱାମୀ ଲିଗକୁ ନିଷିଦ୍ଧ କରିବାର ତାଙ୍କର ଉଦ୍ଦେଶ୍ୟ ନାହିଁ। ଅୱାମୀ ଲିଗ ବାଂଲାଦେଶ ପାଇଁ ବହୁତ ଅବଦାନ ଦେଇଛି । ଆମେ ଏହାକୁ ଅସ୍ୱୀକାର କରୁନାହୁଁ। ଯେତେବେଳେ ବି ନିର୍ବାଚନ ଆସିବ, ସେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍‌।

ଯେତେବେଳେ ତାଙ୍କୁ ପଚରାଗଲା ଯେ ଶେଖ ହାସିନାଙ୍କୁ ଫେରାଇ ଆଣିବା ଉପରେ ବିଚାର କରାଯିବ କି? ଏହା ଉପରେ ହୁସେନ କହିଛନ୍ତି ଯେ ସେ କହିଛନ୍ତି ସେ ଫେରିବାକୁ ଯୋଜନା କରୁଛନ୍ତି, କିନ୍ତୁ ସେ ଯାଇଥିଲେ କାହିଁକି? ସେତାଙ୍କ ଇଚ୍ଛାରେ ଯାଇଛନ୍ତି। ଏହା ତାଙ୍କର ଦେଶ। ସେ ଚାହିଁଲେ ଫେରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+