ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା ଘଟଣା : ୪୦ ଜଣଙ୍କୁ ଗିରଫ କଲା ପୋଲିସ୍‌

ବାଂଲାଦେଶରେ ଢାକା ଉପକଣ୍ଠରେ ଥିବା ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା ବେଳେ ଛାତ୍ର କର୍ମୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପରେ ୪୦ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ଗାଜିପୁର ଜିଲ୍ଲାରେ ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଶନିବାର 'ଅପରେସନ୍ ଡେଭିଲ୍ ହଣ୍ଟ୍' ନିର୍ଦ୍ଦେଶ ଦେଇଛନ୍ତି। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ ରିପୋର୍ଟ ଅନୁଯାୟୀ, ଗାଜିପୁରର ପୁଲିସ ଅଧୀକ୍ଷକ ଚୌଧୁରୀ ଜାବେର ସାଦେକ୍ କହିଛନ୍ତି ଯେ ୪୦ ଜଣଙ୍କୁ ଅଟକ ରଖାଯାଇଛି।

ଶୁକ୍ରବାର ରାତିରେ ଗାଜିପୁର ସହରର ଦକ୍ଷିଣଖାନ ଅଞ୍ଚଳରେ ନିର୍ବାସିତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିର ସମସ୍ତ ଚିହ୍ନ ଭଙ୍ଗାରୁଜା ଓ ନଷ୍ଟ କରିବାକୁ ଯାଇଥିବା ଭିଡ଼ର ୧୪ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ସଙ୍ଗେ ସଙ୍ଗେ ସହିଦ ତାଜୁଦ୍ଦିନ ଅହମ୍ମଦ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଢାକା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

hasina

ଏହାର ପ୍ରତିବାଦରେ ଭେଦଭାବ ବିରୋଧୀ ଛାତ୍ର ଆନ୍ଦୋଳନ ଓ ଜାତୀୟ ନାଗରିକ ସମିତି ପକ୍ଷରୁ ଗାଜିପୁରରେ ଦିନିକିଆ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା। ବିକ୍ଷୋଭ ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଛାତ୍ର ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+