ସ୍କୁଲରେ ମୋବାଇଲ୍ ମନା
ଏଣିକି ସ୍କୁଲ କ୍ୟାମ୍ପସରେ ମୋବାଇଲ୍ ମନା। ସ୍କୁଲ ସମୟ ମଧ୍ୟରେ କେହି ବି କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ। ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର ନିକଟରେ ଘୋଷଣା କରିଛନ୍ତି, ଖୁବ ଶୀଘ୍ର ୭ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ସ୍କୁଲ ଏବଂ ସ୍କୁଲ ପରବର୍ତ୍ତୀ କ୍ଲବଗୁଡ଼ିକରେ ମୋବାଇଲ ଫୋନ ଏବଂ ଟାବଲେଟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିବେ।
ଏକ ସରକାରୀ କମିଶନର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି, ମୋବାଇଲ ଏବଂ ସୋସିଆଲ ମିଡିଆ ଛୋଟ ପିଲାମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଉଛି। ୧୩ ବର୍ଷରୁ କମ ବୟସର ପିଲାମାନଙ୍କର ନିଜସ୍ବ ସ୍ମାର୍ଟଫୋନ କିମ୍ବା ଟାବଲେଟ ରଖିବା ଉଚିତ୍ ନୁହେଁ।

ସରକାର ଏବେ ଆଇନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶର ସମସ୍ତ 'ଫୋଲକେସକୋଲ' ଅର୍ଥାତ୍ ପ୍ରାଥମିକ ଏବଂ ନିମ୍ନ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ମୋବାଇଲ-ମୁକ୍ତ ଜୋନ କରାଯାଇପାରିବ। ଏହାର ଅର୍ଥ ହେଉଛି ୭ ରୁ ୧୭ ବର୍ଷ ବୟସର ପିଲାମାନେ ସ୍କୁଲକୁ ମୋବାଇଲ ଫୋନ ଆଣିବାକୁ ଅନୁମତି ପାଇବେ ନାହିଁ।ଦ୍ନା କ୍ଲାସ ସମୟରେ, ନା ବିରତି ସମୟରେ, ନା ସ୍କୁଲ ପରବର୍ତ୍ତୀ କ୍ଲବଗୁଡ଼ିକରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ।












Click it and Unblock the Notifications