ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା
ରୁଷ-ଭାରତ ସମ୍ପର୍କ ପର୍ବତଠାରୁ ଉଚ୍ଚ ଓ ଗଭୀର ସମୁଦ୍ରଠାରୁ ଆହୁରି ଗଭୀର। ମସ୍କୋ ଗସ୍ତରେ ଯାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଏକଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

କ୍ରେମଲିନରେ ଦୁଇ ନେତାଙ୍କ ଦେଖା ସାକ୍ଷାତ ହୋଇଛି। ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ-ରୁଷ ଆନ୍ତଃ ସରକାରୀ କମିଶନଙ୍କ ୨୧ତମ ଅଧିବେଶନ ଅବସରରେ ପୁଟିନଙ୍କ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ରାଜନାଥ ସିଂହ।
ଏହି ସମୟରେ ସେ କହିଥିଲେ, ଭାରତ ସବୁବେଳେ ରୁଷ ସହ ବନ୍ଧୁତା ରଖି ଆସିଛି। ସବୁବେଳେ ରୁଷ ସହ ଠିଆ ହୋଇଛି ଓ ଆଗକୁ ବି ଏହି ସମର୍ଥନ ଜାରି ରହିବ।
ପୁଟିନ୍ ଓ ରାଜନାଥ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିପୁଳ ଭାଗିଦାରୀ ସମ୍ଭାବନା ରହିଛି ଓ ମିଳିତ ପ୍ରୟାସରେ ଉଲ୍ଲେଖନୀୟ ଫଳାଫଳ ମିଳିବ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପୁଟିନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ ରାଜନାଥ ସିଂହ।












Click it and Unblock the Notifications