Earthquake Nepal: ନେପାଳରେ ବିଳମ୍ବିତ ରାତିରେ ବଡ଼ ଭୂକମ୍ପ, ଗଲାଣି ୧୨୮ ଜୀବନ, ଅନେକ ଗୁରୁତର

Earthquake Nepal: ନେପାଳରେ ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପରେ ବ୍ୟାପକ କ୍ଷତି ଘଟିଛି । ନେପାଳର ଜାଜରକୋଟ ଜିଲ୍ଲାର ରାମିଦାଣ୍ଡା ଅଞ୍ଚଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଛି, ଯାହା ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୨୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିିପାରେ ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ନେପାଳ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି ।

ରୁକୁମ୍ ୱେଷ୍ଟର ମୁଖ୍ୟ ଜିଲ୍ଲା ଅଧିକାରୀ ହରି ପ୍ରସାଦ ପନ୍ତଙ୍କ ଅନୁଯାୟୀ ନେପାଳର ରୁକୁମ୍ ୱେଷ୍ଟରେ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଜାଜରକୋଟ ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ କହିବାନୁସାରେ, ଜାଜରକୋଟ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି । କିଛି ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସୂର୍ଖେତକୁ ପଠାଯାଇଛି । ମୋଟ ମୃତ୍ୟୁ ସଂଖ୍ୟା ୧୨୮ ରେ ପହଞ୍ଚିଛି।

earthquake_nepal

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଏହି ଭୂକମ୍ପ 10 କିଲୋମିଟର ଗଭୀରତାରେ, 28.84 N ଅକ୍ଷାଂଶ ଏବଂ 82.19 E ଦ୍ରାଘିମାରେ ଘଟିଛି । ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ନେପାଳରେ ବଡ ଭୂକମ୍ପରେ ଆସିଛି।

ବର୍ତ୍ତମାନ ସ୍ଥାନୀୟ ଅଧିକାରୀ ଜାଜରକୋଟ ଗ୍ରାମ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇ ନାହାଁନ୍ତି ଯେଉଁଠାରେ ଭୂକମ୍ପ କେନ୍ଦ୍ର ଅବସ୍ଥିତ ଏବଂ ଏହାର ଜନସଂଖ୍ୟା 190,000 ରହିଛି।

ନେପାଳ ପିଏମଓ କହିଛି ଯେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଶୁକ୍ରବାର ରାତି 11 ଟା 47 ମିନିଟରେ ଜାଜରକୋଟର ରାମିଦାଣ୍ଡାରେ ହୋଇଥିବା ଭୂକମ୍ପରେ ମାନବ ତଥା ସାମଗ୍ରୀକ କ୍ଷୟକ୍ଷତି ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଉଦ୍ଧାର ଓ ସହାୟତା ପାଇଁ ସମସ୍ତ ୩ ସୁରକ୍ଷା ଏଜେନ୍ସି ନିୟୋଜିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+