ଆୟାତୋଲ୍ଲା ଖାମେନିଙ୍କ ପତ୍ନୀଙ୍କ ମୃତ୍ୟୁ

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହଙ୍କ ମୃତ୍ୟୁ ଘଟିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ଦୁଇ ଦିନ ତଳେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଖାମେନି ଏବଂ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି । ମନସୁରେହ ୧୯୬୪ ମସିହାରେ ଖାମେନିଙ୍କୁ ବିବାହ କରିଥିଲେ। ସେ ସବୁବେଳେ ଲୋକଲୋଚନରୁ ଦୂରରେ ରହୁଥିଲେ ଏବଂ କୌଣସି ସରକାରୀ କାର୍ଯ୍ୟକ୍ରମରେ କ୍ୱଚିତ୍ ଦେଖାଯାଉଥିଲେ।

Khamenei s

ତେବେ ଏପର୍ଯ୍ୟନ୍ତ ଆମେରିକା ଏବଂ ଇସ୍ରାଏଲ, ଖାମେନିଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିନଥିଲେ ବି ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, ଯୁଦ୍ଧ ଯୋଗୁ ଖାମେନିଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖାମେନିଙ୍କ ମୃତ୍ୟୁ ପରେ ଇରାନ ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରିଛି। ଖାମେନି ୧୯୮୯ ମସିହାରୁ ଇରାନର ସବୁଠାରୁ ପ୍ରମୁଖ ରାଜନୈତିକ ଏବଂ ଧାର୍ମିକ ନେତା ଥିଲେ।

ଖାମେନିଙ୍କ ଆଡ୍ଡା ଉପରେ ୩୦ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଯେଉଁଥିରେ ତାଙ୍କ ଝିଅଜ୍ବାଇଁ ଏବଂ ନାତୁଣୀ ସମେତ ୪୦ ଜଣ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ଖାମେନିଙ୍କ ପତ୍ନୀ ମନସୌରା ଖୋଜାସ୍ତେହ ହେଉଛନ୍ତି ମଶାଦର ଜଣେ ପ୍ରମୁଖ ବ୍ୟବସାୟୀ ମହମ୍ମଦ ଇସମାଇଲ ଖୋଜାସ୍ତେହ ବାଘେରଜାଦେହଙ୍କ ଝିଅ। ତାଙ୍କ ଭାଇ ହାସନ ଇରାନର ସରକାରୀ ଟିଭି ଏବଂ ରେଡିଓ ନେଟୱାର୍କ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ (IRIB)ର ପୂର୍ବତନ ଉପନିର୍ଦ୍ଦେଶକ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+