ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୮ ମୃତ
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଥିବା ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ, ଫ୍ରଣ୍ଟିୟର୍ କର୍ପସର ମୁଖ୍ୟାଳୟ ନିକଟରେ ଏକ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅପରାହ୍ନ ୧୨:୦୩ ରେ ଏହି ଭୟାବହ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ତିନି ଜଣ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି। ଆହତଙ୍କୁ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କରି ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସମସ୍ତ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସ ଇତ୍ୟାଦିଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିସ୍ଫୋରଣ ନେଇ ପାକିସ୍ତାନୀ ସେନା କିମ୍ବା ବେଲୁଚିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଏହା ବ୍ୟତୀତ, କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ହୋଇନାହାଁନ୍ତି। ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି।












Click it and Unblock the Notifications