ଆଫଗାନିସ୍ତାନରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା; ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ ସୂଚନା
ଆଫଗାନିସ୍ତାନରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୫୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁହାର ବଢିପାରେ ବୋଲି ଆଶଙ୍କା ରହିଛି । ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିବାବେଳେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ଏବଂ ଏକ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା । ଯାହାର ସୂଚନା ସ୍ଥାନୀୟ ପୋଲିସ ଏବଂ ଜଣେ ପ୍ରାଦେଶିକ ଅଧିକାରୀ ଦେଇଛନ୍ତି ।

ସୂଚନାନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ବସର ଅସାବଧାନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି । ବସଟି ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ କାବୁଲକୁ ଯାଉଥିବା ସମୟରେ ଗୁଜୁରା ନିକଟରେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ୍ ରେ ଯାତ୍ରା କରୁଥିଲେ। ଟ୍ରକରେ ୨ ଜଣ ଥିବାବେଳେ ମୋଟରସାଇକେଲରେ ମଧ୍ୟ ୨ ଜଣ ଥିଲେ ।
ସୂଚନାଯୋଗ୍ୟ,୨୦୧୬ରେ ଆଫଗାନିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହୀ ବସ୍-ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିଲା । ଯାହାଦ୍ବାରା ଗାଡିଗୁଡିକରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବାରୁ ଗାଡି ଭିତରେ ଲୋକ ଫସି ରହିଥିଲେ । ଫଳରେ ଦୁର୍ଘଟଣାରେ ୭୩ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଆହତ ହୋଇଥିଲେ ।












Click it and Unblock the Notifications