ରେଷ୍ଟୁରାଣ୍ଟରେ ଲାଗିଲା ନିଆଁ, ୬ ମୃତ
ଚେକ୍ ଗଣରାଜ୍ୟର ଉତ୍ତର ଭାଗରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ଅଧିକାରୀମାନେ ରବିବାର ଏହି ଘଟଣା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶନିବାର ଏହି ଅଗ୍ନିକାଣ୍ଡ ଘଟିଥିବା ଚେକ୍ ଗଣରାଜ୍ୟର ଅଗ୍ନିଶମ ବାହିନୀ କହିଛି । ପ୍ରାଗର ଉତ୍ତରରେ ପ୍ରାୟ ୧୦୦ କିଲୋମିଟର (୬୩ ମାଇଲ୍) ଦୂରରେ ଥିବା ମୋଷ୍ଟ ସହରରେ ନିଆଁ ଲାଗିଥିଲା । ଏଠାରେ 'ୟୁ କୋଜୋଟା' ରେଷ୍ଟୁରାଣ୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଗ୍ୟାସ୍ ହିଟର ଓଲଟି ପଡ଼ିବାରୁ ନିଆଁ ଲାଗିଥାଇପାରେ ବୋଲି ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଅନୁମାନ କରିଛନ୍ତି ।

ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା । ଏଥିରେ ୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇ ନିଆଁ ଲିଭାଇଥିଲେ । ଅଗ୍ନିକାଣ୍ଡ ବେଳେ ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ପ୍ରାୟ ୩୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।












Click it and Unblock the Notifications