ଭୟଙ୍କର ରୂପ ନେଲା ବାତ୍ୟା 'ମୋକା', ଲୋକଙ୍କୁ କରାଗଲା ସ୍ଥାନାନ୍ତର
Cyclone Mocha News: ଭୟଙ୍କର ରୂପ ନେଲା ବାତ୍ୟା 'ମୋକା' । ଅତି ଭୀଷଣ ବାତ୍ୟା ରୂପ ନେଇ 'ମୋକା' ବାଂଲାଦେଶ ଓ ମିଆଁମାର ସୀମାନ୍ତରେ ଲ୍ୟାଣ୍ତଫଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସୂଚନା ରହିଛି । ଫଳରେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ବିମାନ ମଧ୍ୟ ବାତିଲ କରାଯାଇଛି ।

More visuals of destruction in #Sittwe as #CycloneMocha landfall process to start soon
Video from Phyo Aung#Myanmar pic.twitter.com/6pHRt7I3Ny
— Weatherman Shubham (@shubhamtorres09) May 14, 2023
ଏହି ଭୟଙ୍କର ବାତ୍ୟାର ସ୍ଥିତିକୁ ନଜରରେ ରଖି ବାଂଲାଦେଶର ଅନେକ ବିମାନ ବାତିଲ କରାଯିବା ସହ ଉପକୂଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ମିଆଁମାରର ଅନେକ ସ୍ଥାନରୁ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ନେଇ ସୂଚନା ରହିଛି ।
More visuals of destruction in #Sittwe as #CycloneMocha landfall process to start soon
Video from Phyo Aung#Myanmar pic.twitter.com/6pHRt7I3Ny
— Weatherman Shubham (@shubhamtorres09) May 14, 2023
ତେବେ ବର୍ତ୍ତମାନ ବାତ୍ୟାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଯାଇଛି । ଗଛ ଉପୁଡିବା ସହ ଅନେକ ସହରର ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ଭାଙ୍ଗି ଯାଇଛି । ତେବେ ଦୀର୍ଘ ବର୍ଷ ପରେ ବାଂଲାଦେଶରେ ଏପରି ବଡ଼ ଧରଣର ବାତ୍ୟାର ପ୍ରଭାବ ଦେଖିବା ପାଇଁ ମିଳିଛି ।

Click it and Unblock the Notifications