ମିଆଁମାରରେ ବାତ୍ୟା 'ମୋକା'ର ତାଣ୍ତବ, ଗଲାଣି ୮୧ ଜୀବନ
Cyclone Mocha:ମିଆଁମାର ଉପକୂଳରେ ଲ୍ୟାଣ୍ତଫଲ କରିଛି ସାମୁଦ୍ରିକ ବାତ୍ୟା 'ମୋକା' ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ସୁଦ୍ଧା ବାତ୍ୟାରେ ଗଲାଣି ୮୧ ଜଣଙ୍କ ଜୀବନ ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢି ପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି । ଅନେକ ବିଦ୍ୟୁତ୍ ଖୁଣ୍ଟ ଉପୁ଼ଡିବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଛି ।
ବାଂଲାଦେଶ ଓ ମିଆଁମାର ଉପକୂଳରେ ମାଡ଼ ହୋଇଥିଲା ଭୀଷଣ ସାମୁଦ୍ରିକ ଝଡ଼ । ଲ୍ୟାଣ୍ତଫଲ ସମୟରେ ପବନର ବେଗ ୨୦୦ କିମି
ଥିବାରୁ ଅଧିକ କ୍ଷୟକ୍ଷତି ହୋଇଛି । ମାଟିରେ ମିଶିଯାଇଛି ବହୁ ଘର । ଦିନକୁ ଦିନ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋକା ପ୍ରଭାବରେ ୮୧ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମିଆଁମାରର ବୁମା ଓ ଖୁଙ୍ଗ ଡୋକେ ଗ୍ରାମରେ ପ୍ରାୟ ୪୬ ଜଣ ରୋହିଙ୍ଗ୍ୟା ମୁସଲିମଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜଧାନୀ ସୀତ୍ୱେର ଉତ୍ତରରେ ଥିବା ରାଥେଡାଙ୍ଗ ଟାଉନସିପ୍ ଅନ୍ତର୍ଗତ ଏକ ଗ୍ରାମରେ ରହିଥିବା ବହୁ
ପୁରାତମ ଧାର୍ମିକ ପୀଠ ଭୁଶୁ଼ଡି ପଡିବା ସହ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।
ମିଆଁମାର ଗଣମାଧ୍ୟମ ସୂଚନାରେ ବାତ୍ୟା 'ମୋକା' ଦୁର୍ବଳ ହେବା ପରେ ପ୍ରାୟ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତେବେ ମିଆଁମାରକୁ ଲାଗି ରହିଥିବା ସିୟାହା ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି ।
ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ପରେ ବଙ୍ଗୋପସାଗରର ଏହି ପ୍ରଳୟଙ୍କରୀ ବାତ୍ୟା ସମୁଦ୍ର ତଟରେ ଅବସ୍ଥିତ ସିତ୍ତ୍ବେ ନଗରୀ ଉପରେ 'ଲ୍ୟାଣ୍ଡ୍ଫଲ୍' କରି ବାଟଘାଟ ସବୁକୁ ନଦୀରେ ପରିଣତ କରି ଦେଇଥିଲା । ସିତ୍ତ୍ବେ, କ୍ୟାୟୁକ୍ପ୍ୟୁ ଏବଂ ଗୱା ଟାଉନ୍ସିପ୍ରେ ଏହି ସାମୁଦ୍ରିକ ବାତ୍ୟା, ଘରଦ୍ବାର, ବିଜୁଳି ଟ୍ରାନ୍ସ୍ଫର୍ମର୍, ମୋବାଇଲ୍ ଫୋନ୍ ଟାୱାର୍, ଡଙ୍ଗା ଓ ବତିଖୁଣ୍ଟ ଆଦି ନଷ୍ଟ କରିଦେଇଥିବା କଥା ମିଆଁମାର୍ ସେନା ସୂଚନା କାର୍ଯ୍ୟାଳୟ କହିଛି ।












Click it and Unblock the Notifications