୧୨ ଘଣ୍ଟାରେ ୧୦ ମିଲିୟନ୍ ସବ୍ସ୍କ୍ରାଇବର, YouTubeର ସବୁ ରେକର୍ଡ ଭାଙ୍ଗିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ
ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟବଲ ଇତିହାସରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଫୁଟବଲରେ ରୋନାଲ୍ଡୋଙ୍କ ନାମରେ ଅନେକ ରେକର୍ଡ । ହେଲେ ଏବେ କ୍ରୀଡା ଜଗତ ବାହାରେ କ୍ରିଷ୍ଟିଆନୋ ଏକ ସ୍ୱତନ୍ତ୍ର ରେକର୍ଡ ନିଜ ନାଁରେ କରିଛନ୍ତି ।
ବାସ୍ତବରେ, ରୋନାଲ୍ଡୋ ନିକଟରେ ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଯାହା ବିଷୟରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବହୁତ ପ୍ରଶଂସକ ଅଛନ୍ତି । 'ଏକ୍ସ'ରେ ତାଙ୍କର ୧୧୨.୫ ମିଲିୟନ ଫଲୋଅର୍ସ ରହିଛନ୍ତି । ସେହିପରି ଫେସବୁକ୍ରେ ୧୭୦ ମିଲିୟନ ଓ ଇନଷ୍ଟାଗ୍ରାମରେ ୬୩୬ ମିଲିୟନ ଫଲୋଅର୍ସ ଅଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ଛଡ଼ା ଆଉ କୌଣସି ବ୍ୟକ୍ତିଙ୍କ ଏତେ ଫଲୋଅର୍ସ ନାହାନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓର କ୍ୟାପସନରେ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ବିଷୟରେ ସୂଚନା ଦେଇ କହିଛନ୍ତି, 'ଅପେକ୍ଷାର ଅନ୍ତ ହୋଇଛି। ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଆସିଛି' ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସିଙ୍କର ମଧ୍ୟ ଏକ ୟୁଟ୍ୟୁବ୍ ଚ୍ୟାନେଲ ଅଛି। ମେସି ଏହି ଚ୍ୟାନେଲକୁ ୨୦୦୬ରେ ଲଞ୍ଚ କରିଥିଲେ । ଏହି ଚ୍ୟାନେଲରେ ୨.୨୭ ମିଲିୟନ ସବସ୍କ୍ରାଇବର ଅଛନ୍ତି ।
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଚ୍ୟାନେଲ ଲଞ୍ଚ ହେବା ପରେ ସବ୍ସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଚ୍ୟାନେଲରେ ୧୨ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍ ସବ୍ସ୍କ୍ରାଇବର ଯୋଡ଼ି ହୋଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ଚ୍ୟାନେଲରେ ୧୫ ମିଲିୟନରୁ ଅଧିକ ସବ୍ସ୍କ୍ରାଇବର ଅଛନ୍ତି ।












Click it and Unblock the Notifications