କୋଭିଡ ଆକ୍ରାନ୍ତ ହୋଇପାରନ୍ତି ମାନସିକ ରୋଗର ଶିକାର !

କୋଭିଡ ସଂକ୍ରମିତ କରିଥିବା ବ୍ୟକ୍ତିଙ୍କ ଠାରେ ସ୍ନାୟୁଗତ ରୋଗ ସମେତ ମାନସିକ ରୋଗର ଆଶଙ୍କା ଅଧିକ ରହିଛି ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ଲଣ୍ଡନ: ଦୁଇ ବର୍ଷ ହେବ କରୋନାର କରାଳ ରୂପ ସାରା ବିଶ୍ବ ଦେଖୁଛି । ତେବେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କରୋନା ଆକ୍ରାନ୍ତ ହେବାର 2 ବର୍ଷ ପରେ ମଧ୍ୟ ଅନେକ ଶ୍ବାସ ଜନିତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ତେବେ ବର୍ତ୍ତମାନ ଆସିଛି ଏକ ଚିନ୍ତାଜନକ ତଥ୍ୟ । କୋଭିଡ ସଂକ୍ରମିତ କରିଥିବା ବ୍ୟକ୍ତିଙ୍କ ଠାରେ ସ୍ନାୟୁଗତ ରୋଗ ସମେତ ମାନସିକ ରୋଗର ଆଶଙ୍କା ଅଧିକ ରହିଛି ବୋଲି ଅନୁସନ୍ଧାନରୁ ଜଣାପଡିଛି । ଲାନସେଟ୍ ସାଇକିଆଟ୍ରି ପତ୍ରିକାରେ ପ୍ରକାଶିତ ଖବର ଅନୁଯାୟୀ, 1.25 ମିଲିୟନରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏନେଇ ସ୍ପଷ୍ଟ ହୋଇଛି ।

covid

ଅନ୍ୟ ସମସ୍ୟା ସହିତ ବୟସ୍କମାନଙ୍କଠାରେ ମାନସିକ ଚିନ୍ତାର ଆଶଙ୍କା ଅଧିକ ରହିଥିବା ଜଣାପଡିଛି। ସମାନ ଅନୁସନ୍ଧାନ ଗୋଷ୍ଠୀ ଦ୍ବାରା ପୂର୍ବ ପର୍ଯ୍ୟବେକ୍ଷଣକାରୀ ରିପୋର୍ଟରେ ଦର୍ଶାଯାଇଛି ଯେ, କୋଭିଡ ସଂକ୍ରମଣର ପ୍ରଥମ 6 ମାସରେ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କ ଠାରେ ଏହିସବୁ ସମସ୍ୟା ଅଧିକ ଦେଖାଦେଉଛି। ମାନସିକ ସ୍ତରରେ ଏମାନେ ଅଧିର ଦୁୁର୍ବଳ ରହୁଥିବା ଦେଖାଯାଇଛି ।

mental issue

ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ପୋଲ ହାରିସନ୍ କହିଛନ୍ତି ଯେ, "ରୋଗୀ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଏହି ଅନୁସନ୍ଧାନର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି, କାରଣ ଏହା ସୂଚାଇ ଦେଉଛି ଯେ ମହାମାରୀ କମିଯିବା ପରେ COVID-19 ସଂକ୍ରମଣ ସହିତ ଜଡିତ ସ୍ନାୟୁଗତ ଅବସ୍ଥା ବିଷୟରେ ଅନେକ ସମୟ ହେବାର ସମ୍ଭାବନା ରହିଛି ।" COVID-19 ପରେ ଏପରି କାହିଁକି ହେଉଛି ଏବଂ ଏହି ଅବସ୍ଥାକୁ ରୋକିବା କିମ୍ବା ଚିକିତ୍ସା କରିବା ପାଇଁ କ'ଣ କରାଯାଇପାରିବ ସେନେଇ ମଧ୍ୟ ଅଧିକ ଅନୁଧ୍ୟାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+