କରୋନା ନୂତନ ଭାରିଆଣ୍ଟକୁ ନେଇ ସାରା ବିଶ୍ବରେ ଆତଙ୍କ
ନୂଆଦିଲ୍ଲୀ: କରୋନା ଭୁତାଣୁର ନୂତନ ଭାରିଆଣ୍ଟକୁ ନେଇ ପୁଣି ସାରା ବିଶ୍ବରେ ସୃଷ୍ଟି ହୋଇଛି ଆତଙ୍କ। କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ସମସ୍ତଙ୍କ ଚିନ୍ତା ବଢାଇଛି। ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ । ଦକ୍ଷିଣ ଆଫ୍ରିକାରେ ଏହି ଭାରିଆଣ୍ଟ ଯୋଗୁ ସଂକ୍ରମଣ ବ୍ୟାପୁଛି । କରୋନାର ଏହି ନୂଆ ଷ୍ଟ୍ରେନ ସାରା ବିଶ୍ୱ ପାଇଁ ସତର୍କଘଣ୍ଟି ହୋଇଛି।

ଏହି ପ୍ରଜାତି ଏବେ ଯାଏଁ ୩୫ ଥର ମ୍ୟୁଟେସନ୍ ହୋଇଛି । ଅର୍ଥାତ ଏହା ଅଧିକ ଥର ରୂପ ବଦଳାଇ ସାରିଛି। ପ୍ରଥମେ ନଭେମ୍ବର ୧୧ ତାରିଖରେ ଚିହ୍ନଟ ହୋଇଥିଲା B.୧.୧.୫୨୯ ଭାରିଆଣ୍ଟ । ଏହି ପ୍ରଜାତି ଦକ୍ଷିଣ ଆଫ୍ରିକା, ହଂକଂ ଓ ଚୀନରେ ଚିହ୍ନଟ ହୋଇଥିଲା। ଏସବୁ ଦେଶରେ ନୂଆ ଭାରିଆଣ୍ଟ ଜନିତ ୩୫ଟି କରୋନା ମାମଲା ସାମନାକୁ ଆସିଛି। ବିଶ୍ଵର କେତେକ ବୈଜ୍ଞାନିକଙ୍କ ମତରେ ଏହି ନୂତନ ଭାରିଆଣ୍ଟ ଡେଲଟାଠାରୁ ଆହୁରି ସାଂଘାତିକ ହୋଇପାରେ । ଏହି ଭାରିଆଣ୍ଟ କୋବିଡ ଉପରେ ଟିକା କେତେ ପ୍ରଭାବୀ ସେନେଇ କୌଣସି ସ୍ପଷ୍ଟତା ନହିଁ। ତେବେ ଏହା ଉପରେ ଏବ ଅଧିକ ଗବେଷଣା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅପତକଲିନ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।












Click it and Unblock the Notifications