ଚାଇନାରେ ୬୦% ଲୋକ କରୋନା ଆକ୍ରାନ୍ତ !
ଚାଇନାରେ ୬୦% ଲୋକ କରୋନା ଆକ୍ରାନ୍ତ !
China Corona Virus News In Odia: ପୁଣି ଚାଇନାରେ କରୋନା ସ୍ଥିତି ସଙ୍ଗୀନ । ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚୀନ୍ର ଅବସ୍ଥା ଏତେ ଗମ୍ଭୀର ହୋଇ ପଡିଛି ଯେ, କେଉଁଠି ଡାକ୍ତରଖାନାରେ ରୋଗୀଙ୍କୁ ସ୍ଥାନ ମିଳୁନାହିଁ ତ କେଉଁଠି ଔଷଧର ଅଭାବ ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ ମତରେ ଦେଶରେ ବର୍ତ୍ତମାନ ୬୦ ପ୍ରତିଶତ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ।

ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ବଗିଡିପାରେ, ଦେଶର ପ୍ରାୟ ୬୦ ଭାଗ ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଧିରେ ଧିରେ ସ୍ଥିତି ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି ସରକାର ମଧ୍ୟ ହାତ ଟେକି ଦେଇଛନ୍ତି ।
ଦିନରାତି ୨୪ ଘଣ୍ଟା ବେଜିଂରେ ଶବଦାହ କରାଯାଉଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଅନେକ ଶ୍ମଶାନରେ ଶବଦାହ ପାଇଁ ଅପେକ୍ଷା ତାଲିକା ୨୦୦ ରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଚାଇନାରେ କରୋନା ମାମଲା ଦିନ ନୁହେଁ ପ୍ରତି ଘଣ୍ଟା ମଧ୍ୟରେ ଦ୍ୱିଗୁଣିତ ହେଉଛି । ଶବଦାହରେ କାର୍ଯ୍ୟ କରୁଥିବା ଜଣେ ମହିଳା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ଫୋନ୍ ଯୋଗେ କହିଛନ୍ତି ଯେ ଡୋଙ୍ଗଜିଆଓ ଶବଦାହରେ ଏତେ ସଂଖ୍ୟକ ଶରୀର ଅଛି ଯେ ସେମାନଙ୍କୁ ଶବଦାହ କରିବାକୁ ୨୪ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ରାତି ସାରା ସକାଳ ପର୍ଯ୍ୟନ୍ତ ଅନେକ ମୃତଦେହ ପୋଡି ଦିଆଯାଉଛି । ଏପରିକି ଯାଗା ନ ମିଳିବାରୁ ଅନେକ ମୃତ ଦେହ ଏବେ ଶବାଗାରରେ ପଡ଼ି ରହିଛି ।












Click it and Unblock the Notifications