ଏହି ଦମ୍ପତିଙ୍କୁ ୩୭୫ ବର୍ଷ ଜେଲ୍ଦଣ୍ଡ ଶୁଣାଇଲେ କୋର୍ଟ, ଜାଣନ୍ତୁ ପୁରା ଘଟଣା.....
ଆମେରିକା ୱେଷ୍ଟ ଭର୍ଜିନିଆର ଶ୍ବେତାଙ୍ଗ ଦମ୍ପତି ଜେନି କେ ହ୍ବାଇଟଫିଦର (୬୩) ଏବଂ ତାଙ୍କ ସ୍ବାମୀ ଡୋନାଲ୍ଡ ଲାଣ୍ଟଜ (୬୪) କୃଷ୍ଣକାୟ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିଲେ। ଏଭଳି କାର୍ଯ୍ୟ ପାଇଁ ସମାଜରେ ନିଜର ଭଲ ଛବି ସୃଷ୍ଟି କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୫ କୃଷ୍ଣକାୟ ଶିଶୁଙ୍କୁ ସେ ପୋଷ୍ୟ କରିଥିଲେ। ମାତ୍ର ଶ୍ବେତାଙ୍ଗ ଦମ୍ପତି ହୋଇ କଳା ପିଲାଙ୍କୁ ପୋଷ୍ୟ କରୁଥିବା ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।
ତଦନ୍ତରୁ ଏହା ପଛରେ ଥିବା ଭୟଙ୍କର ଉଦ୍ଦେଶ୍ୟ ସାମ୍ନାକୁ ଆସିଥିଲା। ଉଭୟେ ବର୍ଣ୍ଣବୈଷମ୍ୟ ଭେଦଭାବ ରଖିଥିଲେ। ମାନବ ଚାଲାଣ କରିବାକୁ ଚାହୁଁଥିଲେ। ପିଲାଙ୍କୁ ଗୋଲାମ କରି ଘରୋଇ କାମ କରିବାକୁ ବାଧ୍ୟ କରୁଥିଲେ। ଖରାପ ପରିବେଶରେ ରଖିଥିଲେ। ଏବେ ୱେଷ୍ଟ ଭର୍ଜିନିଆର ସର୍କିଟ କୋର୍ଟ ଏହି ମାମଲାରେ ଦମ୍ପତିଙ୍କୁ ୩୬୫ ବର୍ଷର କଠୋର ଜେଲ୍ଦଣ୍ଡ ଶୁଣାଇଛନ୍ତି।

ଏହା ଆମେରିକା ଇତିହାସର ସବୁଠୁ ଅଧିକ ବର୍ଷର ଜେଲ୍ ଦଣ୍ଡ ବୋଲି କୁହାଯାଉଛି। ରାୟ ଶୁଣାଇ ବିଚାରପତି କହିଥିଲେ ଯେ ଦମ୍ପତ୍ତି ଶିଶୁଙ୍କ ଜୀବନକୁ ନର୍କ କରିଦେଇଥିଲେ। ଏବେ ତାଙ୍କୁ ନିଜ ସ୍ଥାନକୁ ପଠାଇ ଦିଆଯିବ। ଭଗବାନ ତୁମକୁ କ୍ଷମା ଦେଇପାରନ୍ତି, କିନ୍ତୁ କୋର୍ଟ ଦେବେ ନାହିଁ। ଏହି ମାମଲା ୨୦୨୩ର। କନୱାହା କାଉଣ୍ଟି ସେରିଫ ବିଭାଗର ଅଧିକାରୀ ଦମ୍ପତିଙ୍କ ଘରେ ଚଢ଼ଉ କରିଥିଲେ। ସେଠାରେ ଯାହା ଦେଖିଥିଲେ ତାହା କୌଣସି ଖରାପ ସ୍ବପ୍ନଠାରୁ ବି କମ୍ ନ ଥିଲା।
ପିଲାଙ୍କୁ ଗୋଟିଏ କ୍ଷୁଦ୍ର ଜନ୍ତା ଭଳି ପ୍ରକୋଷ୍ଠରେ ଅମାନବୀୟ ସ୍ଥିତିରେ ରଖାଯାଇଥିଲା। ବାୟୁ ଚଳାଚଳର କୌଣସି ବ୍ୟବସ୍ଥା ମଧ୍ୟ ନ ଥିଲା। ପାଣି କି ପବନ ଠିକ୍ରେ ଆସୁ ନ ଥିଲା। ଶିଶୁଙ୍କୁ ତଳେ ଶୋଇବାକୁ ପଡୁଥିଲା। ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠକୁ ବନ୍ଦ କରି ରଖାଯାଉଥିଲା। ଏଥିଯୋଗୁଁ ୫ ଶିଶୁ ଦୁର୍ବଳ ହୋଇ ଯାଇଥିଲେ। ଖାଇବାକୁ ନ ପାଇ ସମସ୍ତେ ଅପପୁଷ୍ଟିର ଶିକାର ହୋଇଥିଲେ। ଏହି ଦମ୍ପତି କଳା ଶିଶୁଙ୍କୁ ଘୃଣା କରୁଥିବାରୁ ଶୋଷଣ କରୁଥିଲେ।












Click it and Unblock the Notifications