ବିିବାହର ୩ ମିନିଟ ପରେ ହେଲା ଛାଡ଼ପତ୍ର, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ
ନୂଆଦିଲ୍ଲୀ : ବାହାଘର ଏକ ପବିତ୍ର ବନ୍ଧନ । ଏକ ଅପୂର୍ଣ୍ଣ ମିଳନର ପର୍ବ ଯେଉଁଠୁ ଦୁଇଟି ହୃଦୟ ଗୋଟିଏ ହୁଏ । ବିବାହା ପରେ ସଂପର୍କ ଯୋଡ଼ି ହୋଇଯାଏ ଜନ୍ମଜନ୍ମାନ୍ତର ପାଇଁ । ଏହି ନିଆରା ସଂପର୍କକୁ ସାଇତିବାରେ, ଏହି ସଂପର୍କକୁ ବଳିଷ୍ଠ କରିବାରେ ସାରା ଜୀବନ ଲାଗିଯାଏ, ହେଲେ ଭାଙ୍ଗିବାକୁ ମାତ୍ର ମୁହୂର୍ତ୍ତଟିଏ ବି ଲାଗି ନଥାଏ । ଏମିତି ହିଁ ଏକ ଘଟଣା କୁଏତରେ ଘଟିଛି ।
ଏଠାରେ ଯୁବକ-ଯୁବତୀ ପରସ୍ପରକୁ ବିବାହ କରିବାର ୩ ମିନିଟ୍ ହୋଇଥିଲା ଏବଂ ସେମାନେ ହସଖୁସିରେ ଘରକୁ ଯାଉଥିଲେ । ସେତେବେଳେ ବରର ପାଟିରୁ ଏମିତି ଏକ କଥା ବାହାରି ଆସିଲା, ଯେଉଁଥିରେ କନ୍ୟା ପୂରା ଫିଡ଼ିକି ଗଲେ । ଆଉ ସିଧା ରେଜିଷ୍ଟ୍ରାରଙ୍କ ପାଖରେ ପହଞ୍ଚି ଗଲେ, ଏହା ସେହି ସ୍ଥାନ ଥୁଲା, ଯେଉଁଠି କିଛି ସମୟ ପୂର୍ବେ ତାଙ୍କର ବିବାହ ହୋଇଥିଲା ଓ ସେ ଆଉ କାଳ ବିଳମ୍ବ ନକରି ନିଜର ବାହାଘରକୁ ଭାଙ୍ଗି ଦେଲେ ।

ସମ୍ଭବତଃ ଏହା ବିଶ୍ୱର ସବୁଠାରୁ ଛୋଟିଆ ସମୟ ପାଇଁ ବାହାଘର ହୋଇଥିବା କୁହାଯାଉଛି । ସୁଚନାନୁସାରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କୋର୍ଟ ରୁମ୍ରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ସେଠାରେ ଉଭୟଙ୍କ ପରବାର ଲୋକ ଓ ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ରହିଥିଲେ । ବାହାଘରର ସମସ୍ତ କାମ ସରିବା ପରେ ଉଭୟ ଏକାଠି କୋର୍ଟ ରୁମରୁ ବାହାରୁଥିଲେ ।
ଏତିକି ବେଳେ କନ୍ୟା ଜଣଙ୍କ ଝୁଣ୍ଟି ପଡ଼ିଥିଲେ । ଏହା ଦେଖି ବର ହସିବା ସହ ତାଙ୍କୁ କଟାକ୍ଷ କରି ନିର୍ବୋଧ ବୋଲି କହିଥିଲେ । ସମସ୍ତଙ୍କ ଆଗରେ ସେ ତାଙ୍କୁ ନିର୍ବୋଧ କହିବାରୁ ଏହା କନ୍ୟାକୁ ବେଶ ବାଧିଥିଲା । ସେ ରାଗି ଯାଇ ପୁଣି ବାହାଘର କରିଥିବା ଜଜଙ୍କ ପାଖରେ ପହଞ୍ଚିଥିଲେ । ଏଥିସହ ଛାଡ଼ପତ୍ରର ବ୍ୟବସ୍ଥା କରିବାକୁ କହିଥିଲେ । ଆଉ ପରେ ଛାଡ଼ ପତ୍ର ହୋଇଯାଇଥିଲା । ବାସ୍ତବରେ ଏହି ଘଟଣାଟି ୨୦୧୯ ମସିହାରେ ରେ ଘଟିଥିଲା । ଏବେ ପୁଣି ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications