କରୋନାର କରୁଣ ଚିତ୍ର: ଶବର ସହର ପାଲଟିଛି ଆମେରିକା
ଆମେରିକାରେ ଏତେ ମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା ପାଇଁ ହସ୍ପିଟାଲରେ ଜାଗା ହୋଇ ନଥିଲା ।
ନ୍ୟୁୟର୍କ: ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଓ ଧନୀରାଷ୍ଟ୍ର ଆମେରିକା ଗତବର୍ଷ କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା। ସେଠାରେ ଏତେ ମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା ପାଇଁ ହସ୍ପିଟାଲରେ ଜାଗା ହୋଇ ନଥିଲା। ଲୋକମାନେ ଏତେମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ ଶବଗୁଡ଼ିକୁ ଅନ୍ତିମ ସଂସ୍କାର କରି ପାରିନଥିଲେ। ଯାହା ଫଳରେ ଶବଗୁଡ଼ିକୁ ଦୀର୍ଘଦିନ ପାଇଁ ସାଇତି ରଖିବା ପାଇଁ ପ୍ରଶାସନ ପକ୍ଷରୁ ରେଫ୍ରିଜେରେଟର ସୁବିଧା ଥିବା ଟ୍ରକର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ କରୋନା ରୋଗୀଙ୍କର 750ଟି ଶବ ସେହି ଟ୍ରକଗୁଡ଼ିକରେ ରହିଛି।

ନ୍ୟୁୟର୍କ ନଗର ପରିଷଦ ସ୍ୱାସ୍ଥ୍ୟ କମିଟି ଏ ବିଷୟରେ ସ୍ୱୀକାର କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଗକୁ ଏହି ଶବକୁ ହାର୍ଟ ଦ୍ୱୀପରେ କବର ଦିଆଯିବ । ମୃତ ରୋଗୀଙ୍କ ସମ୍ପର୍କୀଙ୍କ ଅନୁମତି ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ ଯାଞ୍ଚ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଡେପୁଟି କମିଶନର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗତବର୍ଷ ନ୍ୟୁୟର୍କରେ ଦୈନିକ ଶହ ଶହ ରୋଗୀ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ପରିବାରବର୍ଗ ଯେପରି ସେମାନଙ୍କର ପ୍ରିୟବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିପାରିବେ, ସେହିଦୃଷ୍ଟିରୁ ଶବଗୁଡ଼ିକୁ ସଂରକ୍ଷିତ କରି ରଖାଯାଇଥିଲା। ବର୍ତ୍ତମାନ ଆମେରିକାରେ ୬ ଲକ୍ଷ ପାଖାପାଖି ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଅନେକ ପରିବାର ଲୋପ ପାଇଯାଇଛନ୍ତି।












Click it and Unblock the Notifications