Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ ଘୋଷଣା: କରୋନା ଆଉ ମହାମାରୀ ନୁହେଁ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍-୧୯କୁ ଡବ୍ଲୁଏଚଓ ବିଶ୍ୱ ମହାମାରୀ ସୂଚୀରୁ ହଟାଇ ଦେଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟ କମିଟିର ୧୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି ।

ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଏବେ ବିଶ୍ୱ ମହାମାରୀ ନୁହେଁ । ହେଲେ ,ବେ ବି ସ୍ୱାସ୍ଥ୍ୟ ପ୍ରତି କରୋନାର ବିପଦ ରହିଛି । ଏହାସହ ଏବେ ବିଶ୍ୱ ପାଇଁ କରୋନା ଏକ ମହାମାନରୀ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି ।

coronavirus

ଡବ୍ଲୁଏଚଓର ଡାଇରେକ୍ଟର ଜେନେରାଲ୍ ଡ. ଟେଡ୍ରୋସ୍ କହିଛନ୍ତି, ଜରୁରୀକାଳୀନ କମିଟିର ୧୫ତମ ବୈଠକ ବସିଥିଲା । ଯେଉଁଥିରେ କୋଭିଡ୍-୧୯କୁ ବିଶ୍ୱ ମହାମାରୀ ତାଲିକାରୁ ବାହାରକ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୦ ଜାନୁଆରୀ ୩୦ରେ ଡବ୍ଲୁଏଚ୍ଓ କୋଭିଡକୁ ମହାମାରୀ ତାଲିକାରେ ରଖିଥିଲା ।

ସୂଚନାଥାଉ କି, ୨୦୨୦ ମସିହା ମାର୍ଚ୍ଚ ମାସରୁ ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ସରକାର କଟକଣା ଲଗାଇଥିଲେ । ହେଲେ ତା ପୂର୍ବରୁ ଚାଇନାରେ କରୋନା ଭୂତାଣୁ ତାଣ୍ଡବ ରଚୁଥିଲା । ଏହି କରୋନା ଭୂତାଣୁ ବିଶ୍ୱର ନିର୍ଦ୍ଧିଷ୍ଠ କିଛି ଦେଶକୁ ଛାଡି ଅଧିକାଂଶ ଦେଶମାନଙ୍କରେ ଏକ ମହାମାରୀ ଭାବେ ଉଭା ହୋଇଥିଲା । ଏହି ଭୂତାଣୁ ସଂକ୍ରମଣ ଫଳରେ ସରକାରୀ ଭାବେ କମ ଥିଲେ ବି ବାସ୍ତବରେ ଦେଶରେ କୋଟି କୋଟି ଲୋକଙ୍କର ଜୀବନ ଯାଇଥିଲା ।

ତେବେ କରୋନା ଏବେ ବି ବିଶ୍ୱସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି । ସଂଗଠନ ଅନୁଯାୟୀ, ଯେତେବେଳେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା, ସେତେବେଳେ ଚୀନରେ ୧୦୦ରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ କାହାର ମୃତ୍ୟୁ ହୋଇ ନଥିଲା । କିନ୍ତୁ ତିନି ବର୍ଷ ପରେ ଏହି ସଂଖ୍ୟା ୭ ନିୟୁତକୁ ବୃଦ୍ଧି ପାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+