ପାଲେଷ୍ଟାଇନକୁ ଖୋଲଖୋଲି ସମର୍ଥନ କଲା କଂଗ୍ରେସ

Congress supported Palestine: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଭୟଙ୍କର ଲଢେଇ ଜାରି ରହିଛି । ଏହି ଭୟଙ୍କର ଯୁଦ୍ଧରେ ଇସ୍ରାଏଲ ସମର୍ଥନରେ ୫ଟି ବଡ଼ ଦେଶ ଏପରିକି ଭାରତ ମଧ୍ୟ ଇସ୍ରାଏଲକୁ ସପୋର୍ଟ କରୁଛି । ହେଲେ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ କରୁଛି । ସୋମବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି । ପୂର୍ବରୁ କଂଗ୍ରେସ ପାଲେଷ୍ଟାଇନକୁ ସପୋର୍ଚ କରି ଆସୁଛି ।

ପାଲେଷ୍ଟାଇନ ଜନସାଧାରଣଙ୍କ ସମର୍ଥନରେ ଏକ ସଂକଳ୍ପ ଗୃହୀତ ହୋଇଥିଲା । ଏହଂ ସଂକଳ୍ପରେ କଂଗ୍ରେସ ପାଲେଷ୍ଟାଇନକୁ ତାର ଭୂମି- ସ୍ୱା-ଶାସନ ଏବଂ ସ୍ୱାଭିମାନ ଏବଂ ବଞ୍ଚିବାର ଅଧିକାର ପାଇଁ ସପୋର୍ଟ କରି ଆସୁଛି । ହେଲେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରୁଥି କଂଗ୍ରେସ । ଶୀଘ୍ର ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଦାବି କରିଛି ଦଳ ।

 Congress supported Palestine Rights

ସୂଚନାଥାଉ ଯେ, ପାଲେଷ୍ଟାଇନୀୟମାନଙ୍କ ଅଧିକାର ପାଇଁ ଲଢୁଥିବା କାନାଡାର ମାନବାଧିକାର କର୍ମୀ ଭିଭିୟନ୍ ସ୍ଲିଭରଙ୍କୁ ହମାସ ଆତଙ୍କବାଦୀ ମାନେ ଅପହରଣ କରିବା ପରେ ତାଙ୍କର ହତ୍ୟା କରିଛନ୍ତି । ଭିଭିଆନ୍ ନିଜ ଜୀବନକୁ ପାଲେଷ୍ଟାଇନର ନାଗରିକଙ୍କ ସେବାରେ ଉତ୍ସର୍ଗ କରିଥିଲେ ଏବଂ ସେ ଦୀର୍ଘଦିନ ଧରି ପାଲେଷ୍ଟାଇନର ନାଗରିକଙ୍କ ସେବା କରିଆସୁଥିଲେ।

ସୂଚନା ଅନୁସାରେ, ମାନବାଧିକାର କର୍ମୀ ଭିଭିୟନଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା ପରେ ତାଙ୍କୁ ଗାଜା ନିଆଯାଇ ସେଠାରେ ତାଙ୍କର ହତ୍ୟା କରାଯାଇଥିଲା । ଦୀର୍ଘ ଦିନ ଧରି ପାଲେଷ୍ଟାଇନୀୟ ମାନଙ୍କ ଅଧିକାର ପାଇଁ ସେ ଲଢି ଆସୁଥିଲେ ଏପରିକି ସେ ସୀମାରେ କ୍ୟାନସର ରୋଗରେ ପିଡିତ ଥିବା ଗାଜାବାସୀଙ୍କର ସେବା ମଧ୍ୟ କରି ଆସୁଥିଲେ ।

ସୂଚନାଥାଉ ଯେ, ଶନିବାର ଦିନ ଇସ୍ରାଏଲ ଉପରେ ହମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱର ପାଞ୍ଚଟି ଶକ୍ତିଶାଳୀ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ଇସ୍ରାଏଲକୁ ସମର୍ଥନ କରାଯାଇଛି ଏବଂ ହମାସର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+