Get Updates
Get notified of breaking news, exclusive insights, and must-see stories!

ଓମ୍‌ ବିର୍ଲାଙ୍କ ନାଁରେ ଅନାସ୍ଥା ନୋଟିସ୍ ଦେଲା କଂଗ୍ରେସ, ଦୂରେଇ ରହିଲା TMC

ଭାରତୀୟ ଜାତୀୟ କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ମଙ୍ଗଳବାର ଲୋକସଭାରେ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଏନେଇ ଗୃହର ମହାସଚିବଙ୍କୁ ଦଳ ନୋଟିସ୍ ପ୍ରଦାନ କରିଛି । ଟିଏମସି ସାଂସଦମାନେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାରୁ ଦୂରେଇ ରହିଛନ୍ତି

omm bilrla

ଲୋକସଭାରେ ଏବେ ବଜେଟ୍ ନେଇ ଆଲୋଚନା ଜାରି ରହିଛି । ତେବେ ବିରୋଧୀ ଦଳଙ୍କ ପାଟିତୁଣ୍ଡ ପାଇଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲି ପାରୁନି । ଏହା ମଧ୍ୟରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ।

ତେବେ ଗୃହକାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜଜୁ ସମସ୍ତ ଦଳ ସହ ବୈଠକ କରିଥିଲେ । କିନ୍ତୁ ସମାଧାନର ସୂତ୍ର ବାହାରି ପାରି ନାହିଁ । ଏହା ମଧ୍ୟରେ କଂଗ୍ରେସ ବାଚସ୍ପତିଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିଛି । ଦଳ ଏନେଇ ଲୋକସଭା ମହାସଚିବଙ୍କୁ ନୋଟିସ୍ ପ୍ରଦାନ କରିଛି ।

ତେବେ କଂଗ୍ରେସର ନୋଟିସ ପରେ ନିଜେ ବାଚସ୍ପତି ଗୃହକାର୍ଯ୍ୟ ପରିଚାଳନାରୁ ଓହରି ଯାଇଥିବା ସୂଚନା ମିଳିଛି । ସେ ନିଜ ଆସନରେ ମଧ୍ୟ ନଜର ଆସି ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+