ଇରାନରେ କମୁନି ଦରବୃଦ୍ଧି ହିଂସା ; ଗଲାଣି ୧୬ ଜୀବନ

ଇରାନରେ ଦରଦାମ୍‌କୁ ବୃଦ୍ଧିକୁ କରି ପ୍ରତିବାଦ କରୁଥିବା ଲୋକ ଓ ନିରାପତ୍ତାରକ୍ଷୀଙ୍କ ମଧ୍ୟ‌ରେ ହୋଇଥିବା ଧସ୍ତାଧସ୍ତିରେ ଦେଶରେ ୧୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବହୁ ସଂଖ୍ୟାରେ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିବା ଏକ ସଂଗଠନ ଦାବି କରିଛି। ଗତବର୍ଷ ଜୁନ୍‌ରେ ଇସ୍ରାଏଲ୍‌ ସହ ହୋଇଥିବା ୧୨ ଦିନିଆ ଯୁଦ୍ଧ ପରେ ଇରାନ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ତା ସହିତ ଆମେରିକା ଏହାର ଆଣବିକ ସ୍ଥଳଗୁଡ଼ିକୁ ଉପରେ ଆକ୍ରମଣ କରିଥିଲା। ଜାତିସଂଘ ଲଗାଇଥିବା କଟକଣା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଛି। ବିନିମୟ ମୁଦ୍ରା ରିଆଲ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବାରୁ ପ୍ରତିବାଦ କରିବାକୁ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଇରାନରେ ଏକ ଡଲାର ଦାମ ୧.୪ ନିୟୁତ ରିଆଲରେ ପହଞ୍ଚିଛି। ପ୍ରତିବାଦକାରୀମାନଙ୍କ ସପକ୍ଷରେ ବାହାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେ ବନ୍ଧୁକ ଧରି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା‌ ସେ ଇରାନ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଶାସନ କଳ ବିରୋଧରେ ଚାଲିଥିବା ପ୍ରତିବାଦ ଦେଶର ୩୧ଟି ପ୍ରଦେଶ ମଧ୍ୟରୁ ୨୫ଟି ପ୍ରଦେଶର ୧୭୦ଟି ସ୍ଥାନକୁ ବ୍ୟାପିଛି।

Iran

ଇତି ମଧ୍ୟରେ ୧୬ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଲାଣି। ଯେହେତୁ ପ୍ରଶାସନ ପକ୍ଷରୁ ମୃତାହତ ଓ ଗିରଫଦାରୀ ଉପରେ କୌଣସି ସୂଚନା ଦିଆଯାଉନାହିଁ, ତେଣୁ ପ୍ରତିବାଦ ପ୍ରକୃତରେ କେତେ ବଡ଼ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଇରାନର ସୁପ୍ରିମ ଲିଡର ଆୟାତୋଲା ଅଲ୍ଲୀ ଖାମେନେନି ଦଙ୍ଗା ସୃଷ୍ଟିକାରୀମାନଙ୍କୁ ଚେତାବନୀ ଦେବା ସତ୍ତ୍ବେ ବିକ୍ଷୋଭ କମ୍ ହେଉନାହିଁ। ଏହା ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଛି। ଇରାନରେ ମୁଦ୍ରାସ୍ଫୀତି ହାର ୪୦ ପ୍ରତିଶତରୁ ଅଧିକ ହୋଇଛି। ସେଠାରେ ଚାଉଳ, ମାଂସ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ବିଶ୍ବର ସବୁଠୁ ସୁଲଭ ମୂଲ୍ୟ‌ରେ ଇରାନରେ ଗ୍ୟାସ ମିଳୁଥିଲା। କିନ୍ତୁ ଗତ ମାସରେ ସେଥି‌ରେ ବି ବୃଦ୍ଧି ଘଟିଛି। ଆର୍ଥିକ କୁପରିଚାଳନାକୁ ବି‌ରୋଧ କରି ଆରମ୍ଭ ହୋଇଥିବା ପ୍ରତିବାଦ ଅଳ୍ପଦିନ ଭିତରେ ଶାସନ ବିରୋଧୀ ବିକ୍ଷୋଭର ରୂପ ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+