ଋଷରେ ଆରମ୍ଭ ହେଲା ଗୃହଯୁଦ୍ଧ ! ପୁଟିନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଲେ ତାଙ୍କ ବିଶ୍ୱସ୍ତ
Civil War in Russia: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢ଼ିଲା ଅଡ଼ୁଆ । ତାଙ୍କ ବିଶ୍ୱସ୍ତ ତଥା ପ୍ରାଇଭେଟ୍ ଆର୍ମି ୱାଗନାର ଗ୍ରୁପର ମାଲିକ ୟେବଗିନି ପ୍ରିଭୋଝିନ୍ ବିଦ୍ରୋହ ଘୋଷଣା କରିଛନ୍ତି । ୟୁକ୍ରେନ ଯୁଦ୍ଧରେ ଋଷ ସେନାକୁ ସାହାଯ୍ୟ କରୁଥିବା ୱାଗନର ଗ୍ରୁପର ଅଚାନକ ବିଦ୍ରୋହ ସମସ୍ତଙ୍କୁ ଚକିତ କରିଥିବା ବେଳେ ଋଷରେ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।
ପ୍ରିଗୋଝିନଙ୍କ ଘରୋଇ ସେନା ସଙ୍ଗଠନ ରୁଷର ୟୁକ୍ରେନ୍ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଗତ କିଛି ମାସ ହେବ ମସ୍କୋର ସାମରିକ ନେତୃତ୍ବ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି । ସେ ଅଭିଯୋଗ କରୁଛନ୍ତି ଯେ, ଏବେ ଉଭୟ ସେନା ଯୁଦ୍ଧ ଭୂମିରେ ପରସ୍ପରଙ୍କୁ ଭେଟିବେ । ଏଥିପାଇଁ ତାଙ୍କ ସୈନିକମାନେ ଦକ୍ଷିଣ ରୁଷର ରୋସ୍ତୋଭ୍ ଅଞ୍ଚଳରେ ପ୍ରବେଶ କରିଛନ୍ତି । ତେଣୁ ରୁଷ ଅଧିକାରୀ ରୋସ୍ତୋଭ୍ ସହରରେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ।

ପ୍ରିଗୋଝିନ୍ କହିଛନ୍ତି ଯେ, ତାଙ୍କର ୨୫ ହଜାର ସୈନିକ ମରିବା କିମ୍ବା ମାରିବା ପାଇଁ ପ୍ରସ୍ତୁତ ଅଛନ୍ତି । BNO ନ୍ୟୁଜ୍ ଅନୁସାରେ ପିଗ୍ରୋଝିନ୍ କହିଛନ୍ତି ଯେ, ଆମ ପାଖରେ ଏକ ଲକ୍ଷ୍ୟ ରହିଛି । ଯେଉଁଥିପାଇଁ ଆମେ ମରିବାକୁ ଓ ମାରିବାକୁ ପ୍ରସ୍ତୁତ ଅଛୁ । କାରଣ ଆମେ ଆମ ମାତୃଭୂମି ପାଇଁ ମରିବୁ । ଆମେ ଋଷୀୟଙ୍କ ପାଇଁ ମରୁଛୁ, ଯେଉଁମାନଙ୍କୁ ସେହି ଲୋକଙ୍କଠାରୁ ମୁକ୍ତ କରିବା ଆବଶ୍ୟକ ଯେଉଁମାନେ ନାଗରିକଙ୍କ ହତ୍ୟା କରୁଛନ୍ତି ।
ଋଷୀୟ ମିଡିଆ ଅନୁସାରେ ୱାଗନର ସେନା ସେନା ମୁଖ୍ୟାଳୟ, ସହର ପ୍ରଶାସନ ଭବନ,ଋଷ ଗୁଇନ୍ଦା ଏଜେନ୍ସି ଏଫଏସବିର କାର୍ଯ୍ୟାଳୟକୁ ଘେରି ରଖିଛି । ସ୍ଥାନୀୟ ମିଡିଆ ଅନୁସାରେ, ୱାଗନର ଗ୍ରୁପ ସହିତ ବିଦ୍ରୋହୀ ଋଷୀୟ ସୈନିକ ମଧ୍ୟ ଯୋଗ ଦେଇଛନ୍ତି । ଏଣେ ମସ୍କୋର ଦକ୍ଷୀଣରେ ଥିବା ଲିପେତ୍ସକ ଅଂଚଳର ରାଜ୍ୟପାଳ ଇଗୋର ଆର୍ଟାମୋନୋଭ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ।
'ୱାଗ୍ନର୍' ମିଲିଟାରୀ ଗ୍ରୁପ କଣ
ଏହି ଗ୍ରୁପ୍ ରୁଷର ଏକ ପ୍ରାଇଭେଟ ମିଲିଟାରୀ କମ୍ପାନୀ । ୧୦ ବର୍ଷ ପୂର୍ବେ ୨୦୧୩ ମସିହାରେ ଏହି ଗ୍ରୁପ୍ ପ୍ରତିଷ୍ଠା ହୋଇଥିଲା । ଦିମିତ୍ରୀ ଉତ୍କିନ୍ ଏହି ଗ୍ରୁପ୍ ଗଢ଼ିଥିଲେ । ସେ ରୁଷରେ ଗୁଇନ୍ଦାଗିରି କାମ କରୁଥିଲେ। ସେ ହିଟଲରଙ୍କ ଫ୍ୟାନ୍ ଥିଲେ। ହିଟଲର ମ୍ୟୁଜିକ କମ୍ପୋଜର ରିଚର୍ଡ ୱାଗନରଙ୍କ ପ୍ରଶଂସକ ଥିବାରୁ ଦିମିତ୍ରୀ ଉତ୍କିନ୍ ନିଜ ଗ୍ରୁପ୍ ନାଁ 'ୱାଗ୍ନର୍' ରଖିଥିଲେ । ୨୦୨୨ ମସିହାରେ ଏହି ଗ୍ରୁପ୍କୁ କମ୍ପାନୀ ଭାବେ ରେଜିଷ୍ଟର କରାଯାଇଛି ।
ୟୁଏସ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସଂସ୍ଥା ଅନୁଯାୟୀ, ଏହି ଗ୍ରୁପ୍ର ୮୦%ରୁ ଅଧିକ ଲୋକ ଅପରାଧୀ । ସେଥିରେ ପୂର୍ବ ସୈନିକ ବି ସାମିଲ ଅଛନ୍ତି । ଏହି ସଙ୍ଗଠନ ନିଜକୁ ରାଷ୍ଟ୍ରବାଦୀ ସଙ୍ଗଠନ ବୋଲି କହିଥାଏ । ଦେଶ ସେବା ଭାବନା ରଖିଥିବା ଲୋକଙ୍କୁ ଏହି ଗ୍ରୁପରେ ଭର୍ତ୍ତି କରାଯାଉଥିବା କୁହାଯାଏ । ୟୁଏସ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସଂସ୍ଥା ଅନୁଯାୟୀ, ଏବେ ଏହି ସଂସ୍ଥାରେ ପ୍ରାୟ ୫୦ ହଜାର ସୈନ୍ୟ ଅଛନ୍ତି । ଯେଉଁମାନଙ୍କୁ ୟୁକ୍ରେନ ଯୁଦ୍ଧରେ ସାମିଲ କରାଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications