ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ ; ୭୦ ଜଣଙ୍କ ଉପରେ ଚଢ଼ିଗଲା କାର୍‌, ୨ ମୃତ

ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣା। ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ । ଦ୍ରୁତଗତିରେ କାର୍‌ ଆସି ଖ୍ରୀଷ୍ଟମାସ ବଜାରରେ ଥିବା ଭିଡ଼ ଉପରେ ଚଢିଗଲା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି ।

Christmas Market Crashes

ଘଟଣାରେ ସାଉଦୀର ଜଣେ ୫୦ ବର୍ଷୀୟ ଡାକ୍ତରଙ୍କୁ ଗିରଫ କରିଛି ଜର୍ମାନୀ ପୋଲିସ । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଅଭିଯୁକ୍ତ ଡାକ୍ତର ଦୁଇ ଦଶନ୍ଦୀ ଧରି ଜର୍ମାନୀରେ ରହି ଆସୁଥିବାବେଳେ ଆତଙ୍କ ଖେଳାଇବା ପାଇଁ ଏଭଳି ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

ଖ୍ରୀଷ୍ଟମାସ ପାଇଁ ଏକ ଅସ୍ଥାୟୀ ବଜାର ଲାଗିଥିଲା । ସେହି ବଜାରରେ ଗାଡ଼ି ଚଳାଚଳ ଉପରେ କଟକଣା ଥିବାବେଳେ ଡାକ୍ତର ଜଣକ ଦ୍ରୁତ ଗତିରେ ନିଜ କାରକୁ ଭିଡ଼ ଉପରେ ଚଢ଼ାଇଦେଇଥିଲେ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ତେବେ ଅଭିଯୁକ୍ତ ଡାକ୍ତରଙ୍କ କାରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ଜର୍ମାନୀ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+