'ଆମେ ଗୋଟିଏ ଗ୍ରହରେ ରହୁଛୁ, ବିଶ୍ୱ ଗୁଣ୍ଡାଗିରିରେ ଚାଲିବ ନାହିଁ...', ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ଜିନପିଙ୍ଗ
ତିବର୍ଷ ଚୀନ୍ ସେପ୍ଟେମ୍ବର ୩ରେ ବିଜୟ ଦିବସ ପାଳନ କରିଥାଏ । ଏହି ଅବସରରେ ଏକ ପରେଡ ଅନୁଷ୍ଠିତ ହୁଏ ଏବଂ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରନ୍ତି । ଏହା ସହିତ ବିଶ୍ୱକୁ ଏହାର ଶକ୍ତି ମଧ୍ୟ ପ୍ରଦର୍ଶନ କରାଯାଏ । ଆଜି ଏହା ପାଳନ ଅବସରରେ ଏକ ପରେଡ ଅନୁଷ୍ଠି ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, କିମ୍ ଜୋଙ୍ଗ ଉନ୍ ଅଂଶଗ୍ରହଣ କରିଥିଲେ । ପରେଡ ସମୟରେ ସି ଜିନ୍ପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନନେଇ ତାଙ୍କୁ ପରୋକ୍ଷରେ ଏକ ଉପଯୁକ୍ତ ଜବାବ ଦେଇଛନ୍ତି ।

ଆଜି ବିଶ୍ୱ ପୁଣିଥରେ ଶାନ୍ତି କିମ୍ବା ଯୁଦ୍ଧ, ଆଲୋଚନା କିମ୍ବା ମୁକାବିଲା ବାଛିବାର ସମ୍ମୁଖୀନ ହୋଇଛି । ଚୀନ ଇତିହାସ ଏବଂ ମାନ ପ୍ରଗତିରେ ଡାହାଣ ପାଶ୍ୱର୍ରେ ଦୃଢ ଭାବରେ ଛିଡା ହେବ । ସେ କହିଛନ୍ତି ମାନବ ଜାତି ପାଇଁ ଏକ ସହଭାଗୀ ଭବିଷ୍ୟତ ସହିତ ଏକ ସମ୍ପ୍ରଦାୟ ଗଠନ କରିବା ପାଇଁ ଚୀନ ବିଶ୍ୱ ସହିତ ହାତ ମିଳାଇବ ।












Click it and Unblock the Notifications