ଆମେରିକାକୁ ଚୀନର ଯୁଦ୍ଧ ଧମକ, ଜାଣନ୍ତୁ ପୁରା ଘଟଣା
China's War Threat To America: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଆସିବା ପରେ ଚୀନର ଆଭିମୁଖ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଚୀନ୍ ଖୋଲାଖୋଲି ଭାବରେ ଆମେରିକାକୁ ଚେତାବନୀ ଦେଇଛି ଯେ ଯଦି ଆମେରିକା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବାକୁ ଚାହେଁ, ତେବେ ଚୀନ୍ ମଧ୍ୟ ଏହି ସଂଘର୍ଷକୁ ପୂର୍ଣ୍ଣ ଶକ୍ତି ସହିତ ଲଢ଼ିବ। ଆମେରିକାରେ ଥିବା ଚୀନ୍ ଦୂତାବାସ ତାଙ୍କ ବିବୃତ୍ତିରେ କହିଛି ଯେ ଯଦି ଆମେରିକା ଯୁଦ୍ଧ ଚାହୁଁଛି, ତାହା ଶୁଳ୍କ ଯୁଦ୍ଧ ହେଉ, ବାଣିଜ୍ୟ ଯୁଦ୍ଧ ହେଉ କିମ୍ବା ଅନ୍ୟ କୌଣସି ପ୍ରକାରର ସଂଘର୍ଷ, ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଏହାର ଜବାବରେ, ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଆମେରିକା ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବିବୃତ୍ତି ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଚୀନ ଆମେରିକା ବାଣିଜ୍ୟ ଯୁଦ୍ଧ କ'ଣ
ଟ୍ରମ୍ପ ସରକାର ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୨୦ ପ୍ରତିଶତ ଶୁକ୍ଳ ଲଗାଇବାକୁ ନିଷ୍ପତ୍ତି ନେବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିବାଦ ଆହୁରି ବଢିଯାଇଥିଲା । ଆମେରିକାର ଏହି ପଦକ୍ଷେପ ପରେ ଚୀନ ମଧ୍ୟ ଆମେରିକାରୁ ରପ୍ତାନି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରି ଦେଇଥିଲା । ଯାହା ପରେ ଦୁଇ ଦେଶ ମଧ୍ୟ ବାଣିଜ୍ୟ ବିବାଦ ବୃଦ୍ଧି ପାଇଛି ।
ଚୀନ୍ ଦୂତାବାସ ଟ୍ୱିଟରରେ ପୋଷ୍ଟ କରି ଜୋର ଦେଇଛି ଯେ, ଏହି ସମସ୍ୟାର ସମାଧାନ ପାଇଁ ଆମେରିକା ଚୀନ୍ ସହିତ ଆଲୋଚନା କରିବା ଉଚିତ । ଯଦି ଆମେରିକା ପ୍ରକୃତରେ ଫେଣ୍ଟାନିଲ୍ ସମସ୍ୟାର ସମାଧାନ ଚାହୁଁଛି, ତେବେ ପରସ୍ପରକୁ ସମାନ ଭାବରେ ବ୍ୟବହାର କରି ଚୀନ୍ ସହିତ ଆଲୋଚନା କରିବା । ଯଦି ଆମେରିକା ଯୁଦ୍ଧ ଚାହୁଁଛି, ସେ ଟାରିଫ୍ ଯୁଦ୍ଧ ହେଉ, ବ୍ୟବସାୟୀକଯୁଦ୍ଧ ହେଉ ଅବା ଅନ୍ୟ କୌଣସି ପ୍ରକାରର ଯୁଦ୍ଧ ହେଉ । ଆମେ ସବୁ ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ ।












Click it and Unblock the Notifications