ଖୋଲୁଛି ଚୀନର ଅସଲ ଚେହେରା, ଭାରତ ଓ ପାକ୍ ଉତ୍ତେଜନାରେ ପାକିସ୍ତାନକୁ ଦେଉଥିଲା ସାଟେଲାଇଟ ସୁବିଧା

ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ସହାୟତା କରିଥିଲା ଚୀନ । ପାକିସ୍ତାନ ଆର୍ମିକୁ ବେଜିଂ ନିଜ ସାଟେଲାଇଟ୍ ସୁବିଧା ପ୍ରଦାନ କରିଥିଲା । ଚୀନର ବେଇଡୁ ସାଟେଲାଇଟ୍ ସିଷ୍ଟମର ବିନିଯୋଗ କରିଥିଲା ପାକିସ୍ତାନ । ଭାରତ ଆକ୍ରମଣରେ ଲାହୋରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିବା ପରେ ଚୀନ ପାକିସ୍ତାନକୁ ସହାୟତା କରିଥିଲା । ଭାରତୀୟ ସେନା ପାକିସ୍ତାନର ୮ ଏୟାରବେସକୁ ଟାର୍ଗେଟ କରି ନଷ୍ଟ କରିଦେବା ପରେ ଚୀନ ସାଟେଲାଇଟ୍ ଜରିଆରେ ଭାରତର ଗତିବିଧି ଉପରେ ନଜର ରଖିଥିଲା ପାକିସ୍ତାନ ।

CHAINA

ଏହାପରେ ମେ ୧୬ ତାରିଖରେ ପାକିସ୍ତାନ ଏବଂ ଚୀନର ମିଲିଟାରି ଅଧିକାରୀ ସ୍ତରରେ ଆଲୋଚନା ହୋଇଥିଲା । ଏଥିରେ ଚୀନର ବେଇଡୁ ସାଟେଲାଇଟ୍ ସିଷ୍ଟମର ବିନିଯୋଗ କରିବାକୁ ପାକିସ୍ତାନକୁ ଅନୁମତି ଦେଇଛନ୍ତି ଜିନପିଙ୍ଗ । ଅପରେସନ ସିନ୍ଦୁର ସମୟରେ ଚୀନ ସାଟେଲାଇଟ ସୁବିଧା ପାକିସ୍ତାନକୁ ଦେଇଥିଲା। ଏହା ସତ୍ବେ ବି ପାକିସ୍ତାନ ସେନାକୁ ହାରର ସାମ୍ନା କରିବାକୁ ପଡିଥିଲା । ଭାରତୀୟ ସେନା ଘରୋଇ ଅସ୍ତ୍ରଶସ୍ତ୍ରରେ ଚୀନ ନିର୍ମିତ ଜେଟ ଏବଂ ମିଶାଇଲକୁ ଧ୍ବଂସ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନ ଦ୍ବାରା କରାଯାଇଥିବା ଡ୍ରୋନ ଏବଂ ମିସାଇଲ ଆକ୍ରମଣକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ଖସାଇବାରେ ସକ୍ଷମ ହୋଇଥିଲା। ଭାରତ ଏହି ସୟମରେ ୧୦ଟି ସାଟେଲାଇନ ଜରିଆରେ ପାକିସ୍ତାନର ଗତିବିଧି ଉପରେ ନଜର ରଖିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+