ସେନା ପରେଡରେ ପ୍ରଥମ ଥର ପାଇଁ ଚୀନ୍ ପ୍ରଦର୍ଶନ କଲା ବିପଦପୂର୍ଣ୍ଣ DF-5C ପରମାଣୁ କ୍ଷେପଣାସ୍ତ୍ର, ସମଗ୍ର ବିଶ୍ୱ ଏହାର ....
୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର। ତାହାପୁଣି ପରମାଣୁ ଶକ୍ତିସମ୍ପନ୍ନ। ଏଭଳି ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି। ବିଜୟ ଦିବସରେ ହୋଇଥିବା ପରେଡ୍ରେ ଚୀନ୍ ପ୍ରଥମ ଥର ପାଇଁ ନିଜର ନୂତନ DF-5C ଆନ୍ତଃମହାଦେଶୀୟ ରଣନୈତିକ ପରମାଣୁ କ୍ଷେପଣାସ୍ତ୍ରକୁ ସାର୍ବଜନୀନ ଭାବରେ ଉପସ୍ଥାପନ କରିଛି । ଏହି କ୍ଷେପଣାସ୍ତ୍ର ତରଳ ଇନ୍ଧନ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହୋଇଛି ।
ଗ୍ଲୋବାଲ୍ ଟାଇମ୍ସ ଚୀନ୍ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଉଦ୍ଧୃତି ଦେଇ କହିଛି ଯେ ଏହାର ପରିସର ୨୦,୦୦ କିଲୋମିଟରରୁ ଅଧିକ ହୋଇପାରେ, ଯାହାର ଅର୍ଥ ହେଉଛି ଏହା ବିଶ୍ୱର ଯେକୌଣସି ସ୍ଥାନରେ ସମ୍ପୂର୍ଣ୍ଣ ଧ୍ୱଂସ କରିପାରିବ । ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି । ପରମାଣୁ ଯୁଦ୍ଧାସ୍ତ୍ର ବହନ କରି ଦୁନିଆର ଯେକୌଣସି ପ୍ରାନ୍ତକୁ ଏହା ଟାର୍ଗେଟ କରିପାରିବାରେ ସକ୍ଷମ। କେବଳ ଏତିକି ନୁହେଁ ଗୋଯିଏ ସମୟରେ ଏହି କ୍ଷେପଣାସ୍ତ୍ର ୧୦ଟି ପୃଥକ ସ୍ଥାନରେ ଆକ୍ରମଣ କରିପାରିବ ।

୨ୟ ବିଶ୍ଵଯୁଦ୍ଧ ସମୟରେ ଜାପାନ ବିରୋଧରେ ଚୀନ ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ଏହି ପରେଡ୍ ଆୟୋଜିତ ହୋଇଥିଲା। ଏହା ସହିତ ଲେଜର କ୍ଷେପଣାସ୍ତ୍ର ବି ପ୍ରଦର୍ଶିତ ହୋଇଥିଲା। ଏହି ଲେଜର କ୍ଷେପଣାସ୍ତ୍ର ସାମୁଦ୍ରିକ ଯୁଦ୍ଧରେ ଏକ ବଡ଼ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଚୀନର ପ୍ରତିରକ୍ଷା ବିଶ୍ଳେଷକମାନେ ଦାବି କରିଛନ୍ତି।












Click it and Unblock the Notifications