Get Updates
Get notified of breaking news, exclusive insights, and must-see stories!

ରେଳ ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍‌; ଘଟଣାସ୍ଥଳରେ ଚାଲିଗଲା ୧୧ ଜୀବନ

ଟ୍ରାକରେ କାମ କରୁଥିଲେ ଶ୍ରମିକ । ମାଡିଗଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ୧୧ ଜୀବନ । ଏମିତି କିଛି ଘଟଣା ଘଟିଛି ଚାଇନାରେ । ଏଠାରେ ରେଳ ଟ୍ରାକ୍ ଉପରେ କାମ କରୁଥିବା କିଛି ଶ୍ରମିକଙ୍କ ଉପରେ ଟ୍ରେନ୍ ମାଡିଯାଇଛି । ରିପୋର୍ଟ ଅନୁଯାୟୀ, ରେଳ କର୍ମଚାରୀମାନେ ଧାରଣର ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ସମୟରେ ହଠାତ ଟ୍ରେନଟି ମାଡ଼ି ଆସିଥିଲା।

କାର୍ଯ୍ୟରତ କର୍ମଚାରୀମାନେ ଚାହିଁକି ବି ଧାରଣାରୁ ହଟି ପାରି ନଥିଲେ। ଫଳରେ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ ରେଳ ପ୍ରଶାସନ ଖବର ପାଇବା ପରେ ତୁରନ୍ତ ଜରୁରୀକାଳିନ ବ୍ୟବସ୍ଥାକୁ ସକ୍ରିୟ କରିଛି।

train track
ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ମୃତ କର୍ମଚାରୀମାନଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଆହତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି। ଦୁଇ ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିରନ୍ତର ନଜର ରଖାଯାଇଛି।

ସ୍ଥାନୀୟ ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇ ଛି। ଏହା ମାନବ ତ୍ରୁଟି ଯୋଗୁଁ ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ, ଷ୍ଟେସନରେ ଟ୍ରେନ ଚଳାଚଳ ଏବେ ସ୍ୱାଭାବିକ ହୋଇଛି, ଏବଂ ସେବା ପୁଣି ସୁରୁଖୁରୁରେ ଚାଲିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+