ଆମେରିକାର ଗୁଇନ୍ଦା ରିପୋର୍ଟରେ ବଡ଼ ଦାବି: ଭାରତ ପାଇଁ ଚୀନ୍ ସବୁଠାରୁ ବଡ଼ ବିପଦ
ଆମେରିକାର ଗୁଇନ୍ଦା ରିପୋର୍ଟ ପୁଣିଥରେ ଚୀନର ବିସ୍ତାରବାଦୀ ନୀତି ଏବଂ ଭାରତ ପ୍ରତି ଏହାର ରଣନୈତିକ ଚ୍ୟାଲେଞ୍ଜ ଉପରେ ଚିନ୍ତା ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିରକ୍ଷା ନୀତି ବିଶ୍ୱ ନେତୃତ୍ୱକୁ ସୁଦୃଢ଼ କରିବା, ଚୀନ୍କୁ ମୁକାବିଲା କରିବା ଏବଂ ଭାରତର ସାମରିକ କ୍ଷମତା ବୃଦ୍ଧି କରିବା ଉପରେ ଧ୍ୟାନ ଦେବ। ଭାରତ ଚୀନକୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ମାନିଥାଏ। ଯଦିଓ ପାକିସ୍ତାନକୁ ଏକ ସୀମିତ ସୁରକ୍ଷା ସମସ୍ୟା ଭାବରେ ଦେଖେ, ଯାହାକୁ ନିୟନ୍ତ୍ରଣରେ ରଖାଯାଇପାରିବ।
ରିପୋର୍ଟ ଅନୁଯାୟୀ, ମ୍ୟାମାର, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶରେ ଚୀନ୍ ନିଜର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ସାମରିକ ଘାଟି ସ୍ଥାପନ କରିବାକୁ ଯୋଜନା ଉପରେ ବିଚାର କରୁଛି। ଯଦି ଏପରି ହୁଏ ତେବେ ଏହା ଭାରତ ପାଇଁ ଏକ ଗମ୍ଭୀର ରଣନୈତିକ ବିପଦ ହୋଇପାରେ କାରଣ ଏହି ଦେଶଗୁଡ଼ିକ ଭାରତର ପ୍ରତ୍ୟକ୍ଷ ସମୁଦ୍ର ଏବଂ ସ୍ଥଳ ସୀମା ନିକଟରେ ଅଛନ୍ତି । ଚୀନ୍ ଭାରତ ମହାସାଗରରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଛି।
ସାମରିକ ଅଭ୍ୟାସ, ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ବିକ୍ରୟ ଏବଂ ସୂଚନା ଆଦାନ ପ୍ରଦାନ ସମେତ ଚୀନ୍ର ପ୍ରଭାବକୁ ସନ୍ତୁଳିତ କରିବା ଏବଂ ନିଜର ବିଶ୍ୱସ୍ତରୀୟ ନେତୃତ୍ୱ ଭୂମିକାକୁ ସୁଦୃଢ଼ କରିବା ପାଇଁ ଭାରତ ଅହରହ ପ୍ରୟାସ କରୁଥିଲେ ମଧ୍ୟ ଚୀନ୍ର ଶକ୍ତି ଓ ସାମର୍ଥ୍ୟ ଭାରତ ପାଇଁ ବଡ଼ ଆହ୍ବାନ ହୋଇଛି।

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଅକ୍ଟୋବର ୨୦୨୪ ଶେଷରେ ଭାରତ ଏବଂ ଚୀନ୍ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ଦୁଇଟି ବିବାଦୀୟ ଅଞ୍ଚଳରୁ ହଟିବାକୁ ରାଜି ହୋଇଥିଲେ। ଯଦିଓ ଏହି ପଦକ୍ଷେପ ଦ୍ୱାରା ସୀମାରେ ଉତ୍ତେଜନା କିଛି ମାତ୍ରାରେ ହ୍ରାସ ପାଇଛି, ତଥାପି ସୀମା ବିବାଦର ସମାଧାନ ହୋଇପାରିନାହିଁ। ସୂଚନାଯୋଗ୍ୟ, ୨୦୨୦ମସିହାରେ ଗଲୱାଲ ଅଞ୍ଚଳରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।
ଚଳିତ ବର୍ଷ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାପରେ ମେ ୭ରୁ ୧୦ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ 'ଆତ୍ମଘାତୀ ଯୁଦ୍ଧାସ୍ତ୍ର'(ଆତ୍ମଘାତୀ ଡ୍ରୋନ୍) ଆକ୍ରମଣ ହୋଇଥିଲା ।
ସୀମାରେ ମଧ୍ୟ ପ୍ରବଳ ଗୁଳିବିନିମୟ ହୋଇଥିଲା। ମେ' ୧୦ ସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଚୀନ୍-ପାକିସ୍ତାନ ମେଣ୍ଟ ଭାରତ ପାଇଁ ରଣନୈତିକ ବିପଦ ସୃଷ୍ଟି କରିଛି। ଗୋଟିଏ ପଟେ ଏଲ୍ଏସି ଉପରେ ଚୀନ୍ର ଚାପ ଓ ଅନ୍ୟପଟେ ପାକିସ୍ତାନର ପରମାଣୁ ଓ ସୀମାପାର ନୀତି ଉତ୍ତେଜନା ବଢ଼ାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications