ଚୀନ ନେଲା ବଡ଼ ପଦକ୍ଷେପ, ମାଉଣ୍ଟ ଏଭରେଷ୍ଟର ପର୍ଯ୍ୟଟନ ସ୍ଥଳୀକୁ କଲା ବନ୍ଦ, ଜାଣନ୍ତୁ କାରଣ.....
ନୂଆଦିଲ୍ଲୀ: ଭାରତ ସମେତ ୫ଟି ଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ସେସବୁ ଦେଶ ମଧ୍ୟରେ ଭାରତ, ବାଂଲାଦେଶ, ନେପାଳ, ତିବ୍ଦତ ଏବଂ ଇରାନ ରହିଛନ୍ତି। ତେବେ ଭାରତରେ ଭୂକମ୍ପ ଯୋଗୁ କୌଣସି ଧନଜୀବନନଷ୍ଟ ହୋଇ ନାହିଁ। କିନ୍ତୁ ତିବ୍ଦତ ଧ୍ୱଂସ ହୋଇଯାଇଛି। ତିବ୍ବତରେ ୫୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତିବ୍ଦତର ଡିଙ୍ଗରି କାଉଣ୍ଟିରେ ଭୟଙ୍କର ଭୂମିକମ୍ପ ପରେ ଚୀନ ମଙ୍ଗଳବାର ମାଉଣ୍ଟ ଏଭରେଷ୍ଟର କିଛି ଅଂଶକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦେଇଛି । ଏହି ଅଞ୍ଚଳ ମାଉଣ୍ଟ କ୍ୟୁମୋଲଙ୍ଗମା ନାମରେ ମଧ୍ୟ ଜଣାଯାଏ । ଡିଙ୍ଗରି ବିଶ୍ୱର ସର୍ବୋଚ୍ଚ ଶିଖରର ବେସ୍ କ୍ୟାମ୍ପ୍ ।
ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଚୀନ ସମୟ ଅନୁସାରେ ସକାଳ ୯ଟା ୫ରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଥିଲା । ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଲଗାତର ୬ଟି ଭୂମିକମ୍ପ ଆସିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଚୀନ୍-ନେପାଳ ସୀମାରେ ରହିଛି ମାଉଣ୍ଟ ଏଭରେଷ୍ଟ । ଏହାର ଉତ୍ତର ଭାଗ ତିବ୍ଦତରେ ଅବସ୍ଥିତ । ଚୀନ୍ ଏହାକୁ ଜିଜାଙ୍ଗ କହିଥାଏ । ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ଡିଙ୍ଗରିର ତାପମାତ୍ରା ମାଇନସ୍ ୧୮ ଡିଗ୍ରୀ ସେଲସିୟସରୁ ଶୂନ ପର୍ଯ୍ୟନ୍ତ ରହିଛି । କହି ରଖୁଛୁ, ମାଉଣ୍ଟ ଏଭରେଷ୍ଟର ଚୀନ୍ ପାର୍ଶ୍ୱକୁ ୨୦୨୪ରେ ୧୩,୭୬୪ ବିଦେଶୀ ପର୍ଯ୍ୟଟକ ଆସିଥିଲେ ।












Click it and Unblock the Notifications