ଚାଇନାରେ ଭୟଙ୍କର ଅଗ୍ନିକାଣ୍ତ, ୧୬ ମୃତ

China Shopping Mall Fire: ଚାଇନାରେ ବଡ଼ ଦୁର୍ଘଟଣା । ଚୀନ୍‌ର ଦକ୍ଷିଣ-ପଶ୍ଚିମ ସହର ଜିଗୋଙ୍ଗର ଏକ ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ତ । ଅଗ୍ନିକାଣ୍ଡରେ 16 ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍ ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ, ସିଚୁଆନ୍ ପ୍ରଦେଶର ଜିଗୋଙ୍ଗ୍ ସହରରେ ଏକ 14 ମହଲା ବିଲ୍ଡିଂ ବିରାଟ ଅଗ୍ନିକାଣ୍ତରେ କୋଠାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ତ ବିଲ୍ଡିଂରେ ଏବେ ଅନେକ ଲୋକ ଫସି ରହିଥିବା ନେଇ ସୂଚନା ରହିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

China Shopping Mall Fire


ଗଣମାଧ୍ୟମ ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ 300 ଜରୁରୀକାଳୀନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବିଲ୍ଡିଂ ଅଗ୍ନିକାଣ୍ଡରୁ ପ୍ରାୟ 30 ଜଣଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଗ୍ନିକାଣ୍ଡର କାରଣ ହେଉଛି ସର୍ଟ ସର୍କେଟ୍ ହେଲେ ଏନେଇ ବର୍ତ୍ତମାନ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବିଲଡିଂରୁ ନିଆଁ ବାହାରୁଥିବାର ଦେଖିବା ପାଇଁ ମିଳିଛି । ଯେଉଁଥିରେ କଳା ଧୂଆଁ ମଧ୍ୟ ବାହାରୁଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପାଇପ୍ ଏବଂ ଡ୍ରୋନ୍ ମାଧ୍ୟମରେ ନିଆଁ ଲିଭାଇବା କାର୍ଯ୍ୟ କରିଥିଲେ ।

ତେବେ ଚାଇନାରେ ଅଗ୍ନିକାଣ୍ଡ ଘଟଣା ଅତି ସାଧାରଣ ହୋଇଗଲାଣି । ଜାତୀୟ ଅଗ୍ନିଶମ ଏବଂ ଉଦ୍ଧାରକାରୀ ପ୍ରଶାସନର ମୁଖପାତ୍ରଙ୍କ ଅନୁଯାୟୀ, ଚଳିତ ବର୍ଷ ମେ 20 ପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଅନୁଯାୟୀ ସାରା ଦେଶରେ 947 ଟି ଅଗ୍ନିକାଣ୍ଡ ଘଟିଛି। ଗତ ବର୍ଷ ସମାନ ଅବଧି ସହିତ ତୁଳନା କଲେ ଅଗ୍ନିକାଣ୍ଡ ଘଟଣାରେ 19 ପ୍ରତିଶତ ବୃଦ୍ଧି ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+