Get Updates
Get notified of breaking news, exclusive insights, and must-see stories!

୨୦୩୦ ସୁଦ୍ଧା ଚୀନର ପରମାଣୁ ଶକ୍ତି ହେବ ଦ୍ୱିଗୁଣ! ଅରୁଣାଚଳ ପ୍ରଦେଶରୁ ୮୦୦ କିଲୋମିଟର ଦୂରରେ ଚାଇନାର ପରମାଣୁ ଯୋଜନା

ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଅରୁଣାଚଳ ସୀମାରୁ ମାତ୍ର ୮୦୦ କିଲୋମିଟର ଦୂର ସିଚୁଆନ୍ ପାର୍ବତ୍ୟ ଅଞ୍ଚଳରେ ଚାଲିଛି ପରମାଣୁ ପ୍ରସ୍ତୁତି। ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଚାଇନା ନିଜର ଶକ୍ତି ବଢ଼ିବାରେ ଲାଗିଛି। ୨୦୨୬ ସୁଦ୍ଧା ଚାଇନା ପାଖରେ ୬୦୦ ପରମାଣୁ ବୋମା ରହିଥିବା ରିପୋର୍ଟରୁ ଜଣା ପଡିଛି। ୨୦୩୦ ସୁଦ୍ଧା ଏହାକୁ ୧୦୦୦ କରିବାକୁ ଲକ୍ଷ୍ୟ ରଖିଛି ଚାଇନା।

ସିଚୁଆନ୍‌ର ଜିଟୋଙ୍ଗ ଓ ପିଙ୍ଗଟୋଙ୍ଗ ଉପତ୍ୟକାରେ ଚାଇନା ଗୁପ୍ତ ନୂଆ ବଙ୍କର ଏବଂ ପରମାଣୁ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛି। ଏହି ପରମାଣୁ କେନ୍ଦ୍ର ବାହାରେ ଲେଖାଯାଇଛି ସି ଜିନପିଙ୍ଗଙ୍କ ସ୍ଲୋଗାନ, ଯାହା ମହାକାଶରୁ ମଧ୍ୟ ଦେଖାଯାଉଛି। ତେବେ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚାଇନା ଦ୍ରୁତ ଗତିରେ ନିଜର ସାମରିକ ଶକ୍ତି ବଢ଼ାଉଛି।

china army

ଯଦିଓ ଏହି କେନ୍ଦ୍ରଗୁଡ଼ିକ ସୀମାରେ ନାହିଁ, ତଥାପି ଅରୁଣାଚଳ ନିକଟରେ ଚୀନର ଏହି ଗୋପନ କାର୍ଯ୍ୟକଳାପ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ରିପୋର୍ଟ ଏଭଳି ସମୟରେ ପ୍ରକଶ ପାଇଛି ଯେତେବେଳେ ଚାଇନା ସେନାରେ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି। ମିସାଇଲରେ ଇନ୍ଧନ ବଦଳରେ ପାଣି ଭର୍ତ୍ତି ଥିବା ଖବର ପ୍ରକାଶ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+