ଟ୍ରମ୍ପଙ୍କ ବିଜୟକୁ ନେଇ ଏମତି କିଛି କହିଲା ପାକିସ୍ତାନ ଓ ଚୀନ
ୱାଶିଂଟନ : ଯାହା ଆକଳନ କରାଯାଉଥିଲା ତାହା ହେଲା । ୪ ବର୍ଷ ପରେ ପୁଣି କମବ୍ୟାକ ହ୍ୱାଇଟ୍ ହାଉସକୁ କମବ୍ୟାକ୍ କଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରି ନେଇଛନ୍ତି ରିପବ୍ଲିକାନର ଡୋନାଲ୍ଡ ଟ୍ରମ୍ପ । ୨୭୭ ଇଲେକ୍ଟ୍ରୋରାଲ ଭୋଟ ହାତେଇ ୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ହୋଇଛନ୍ତି ସେ । କେବଳ ଔପଚାରିକ ଭାବେ ଘୋଷଣାକୁ ଅପେକ୍ଷା । ବିଜୟ ପରେ ସେଲିବ୍ରେସନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଜିତିବା ପରେ ଖୁସି ବ୍ୟକ୍ତ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କରିବା ସହିତ ତାଙ୍କୁ ବିଶ୍ୱାସ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଏ ବିଜୟ ଐତିହାସିକ । ଏପରି ଜୋସ୍ ଦେଖିନାହିଁ । ଆମର ଅବିଶ୍ୱସନୀୟ ବିଜୟ ହୋଇଛି । ସବୁ ଅସମ୍ଭବକୁ ସମ୍ଭବ କରିଛି ଆମେରିକା ବୋଲି କହିଥିଲେ ଟ୍ରମ୍ପ ।

ଅନ୍ୟପଟେ ଟ୍ରମ୍ପଙ୍କ ବିଜୟକୁ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଉ ଏହା ମଧ୍ୟରେ ଅଛନ୍ତି ଚୀନ ଏବଂ ପାକିସ୍ତାନ । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, 'ଆପୋସ ସମ୍ମାନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ପରସ୍ପର ସହଯୋଗ ଭିତ୍ତିରେ ଚୀନ-ଆମେରିକା ସମ୍ପର୍ଗ ଜାରି ରହିବ। ଆମେରିକାର ନାଗରିକଙ୍କ ପସନ୍ଦକୁ ଆମେ ସମ୍ମାନ ଜଣାଉଛୁ।
ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ୨ୟ ପାଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି, ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଜଭୁତ ହେବ ବୋଲି ଆଶାବାଦୀ ଅଛୁ। ନୂଆ ପ୍ରଶାସନ ସହିତ ଘନିଷ୍ଠତାର ସହିତ କାର୍ଯ୍ୟ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ଦୁଇ ଦେଶ ମଧ୍ୟରେ ସହଭାଗିତା ଆଗକୁ ସୁଦୃଢ଼ ହେବ ବୋଲି ସେ କହିଛନ୍ତି ।












Click it and Unblock the Notifications