ବିରୋଧ ସତ୍ତ୍ୱେ ତାଇପେଇରେ ପହଞ୍ଚିଲେ ନାନସି
ଆମେରିକୀୟ ସଂସଦର ବାଚସ୍ପତି ନାନସି ପେଲୋସି ଚୀନର ବିରୋଧ ସତ୍ତ୍ୱେ ତାଇୱାନର ରାଜଧାନୀ ତାଇପେରେ ପହଞ୍ଚିଛନ୍ତି ।
ୱାଶିଂଟନ: ବିରୋଧ ସତ୍ତ୍ବେ ବି ଆମେରିକୀୟ ସଂସଦର ବାଚସ୍ପତି ନାନସି ପେଲୋସି ତାଇୱାନର ରାଜଧାନୀ ତାଇପେରେ ପହଞ୍ଚିଛନ୍ତି । କଡା ସୁରକ୍ଷା ମଧ୍ୟରେ ତାଇଓ୍ବାନର ରାଷ୍ଟ୍ରପତି ନାନସିଙ୍କୁ ସ୍ବାଗତ କରିଛନ୍ତି । ବାୟୁସେନା ଏବଂ ନୌସେନାର 24 ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସିଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ଯ୍ୟନ୍ତ ନେଇଥିଲେ । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ନିକଟରେ କହିଥିଲା ଯେ, ପୋଲୋସିଙ୍କ ବିମାନ ଯଦି ତାଇୱାନ ଅଭିମୁଖେ ଯାଏ ତେବେ ତାକୁ ଉଡାଇ ଦିଆଯିବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରି ନିଜ ଅକ୍ତିଆରକୁ ଆଣିବା ପାଇଁ ପ୍ରସ୍ତୁତି କରି ସାରିଛି । ହେଲେ ଏପଟେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ତାଇୱାନର ସମର୍ଥନରେ ବାହାରି ଚୀନକୁ ବ୍ୟାକଫୁଟକୁ ପଠାଇ ଦେଇଛି । ଏପରି ସ୍ଥିତିରେ ଆଗାମୀ ଦିନରେ ଯୁଦ୍ଧ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।
ପେଲୋସି ଏହା ମଧ୍ୟ କହିଛନ୍ତି ଯେ ସ୍ଥିତି ପରିବର୍ତ୍ତନ ପାଇଁ ଆମେରିକା ଏକତରଫା ପ୍ରୟାସକୁ ବିରୋଧ ଜାରି ରଖିଛି। ଏହି ସମୟରେ ଚୀନ୍ ର ଯୁଦ୍ଧ ବିମାନଗୁଡ଼ିକ ତାଇୱାନ୍ ଷ୍ଟ୍ରେଟ୍ ଅତିକ୍ରମ କରିଛି ବୋଲି ସମ୍ବାଦ ଏଜେନ୍ସି ଏଏଫ୍ ପି ଚୀନ୍ ର ସରକାରୀ ଗଣମାଧ୍ୟମକୁ ଉଦ୍ଧୃତ କରି କହିଛି। ଉଲ୍ଲେଖଯୋଗ୍ୟ, ଗତ 25 ବର୍ଷ ମଧ୍ୟରେ ଆମେରିକାର ଜଣେ ଅଧିକାରୀଙ୍କ ହିଁ ଏହି ଗସ୍ତ କରିବାରେ ସଫଳ ହୋଇଛନ୍ତି ।












Click it and Unblock the Notifications