Get Updates
Get notified of breaking news, exclusive insights, and must-see stories!

ଆଫ୍‌ଗାନିସ୍ତାନର ୩ ଟ୍ରିଲିଅନ୍ ବିରଳ ମୃତ୍ତିକା ଉପରେ ଚିନ୍‌ର ନଜର

ଆଫ୍‌ଗାନିସ୍ତାନର ୩ ଟ୍ରିଲିଅନ୍ ବିରଳ ମୃତ୍ତିକା ଉପରେ ଚିନ୍‌ର ନଜର

ଆଫ୍‌ଗାନିସ୍ତାନରେ ମହଜୁଦ ରହିଥିବା ବିରଳ ମୃତ୍ତିକା (ରେଆର୍ ଆର୍ଥ) ପରିମାଣର ମୂଲ୍ୟ ଗତବର୍ଷ ସୁଦ୍ଧା ପ୍ରାୟ ୧ଟ୍ରିଲିଅନ୍‌ରୁ ୩ ଟ୍ରିଲିଅନ୍ ଡଲାର ଆକଳନ କରାଯାଇଛି। ଗୋଳିଆ ପାଣିରୁ ମାଛ ଧରିବାକୁ ଚାହୁଁଥିବା ସ୍ବାର୍ଥପର ଚିନ୍ ଏହା ଉପରେ ଆଗରୁ ହିଁ ନଜର ରଖି ଆସିଛି। ଏଥିପାଇଁ କାବୁଲ୍ ଦଖଲର ମାତ୍ର କେଇ ଘଣ୍ଟା ମଧ୍ୟରେ ଆଫ୍‌ଗାନିସ୍ତାନ ସହ ସହାୟତାର ହାତ ବଢାଇବା ଘୋଷଣା କରି ପ୍ରକାରାନ୍ତରେ ତାଲିବାନ୍‌ ଅଭିଯାନକୁ ସମର୍ଥନ ଘୋଷଣା କଲା ଚିନ୍।

china

ଆଫଗାନ୍ ମାଟିତଳେ ଥିବା ବିଭିନ୍ନ ଖଣିଜ ସମ୍ପଦର ମାଲିକାନା ତାଲିବାନ୍ ହାତକୁ ଯିବା ବିଶ୍ବ ଶାନ୍ତି ପାଇଁ ବିନାଶର କାରଣ ହୋଇପାରେ ବୋଲି ଆନ୍ତର୍ଜାତିକ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବିଶ୍ୱର ବିରଳ ମୃତ୍ତିକା ବଜାରରେ ଚିନ୍‌ ତା'ର ଆଧିପତ୍ୟ ବିସ୍ତାର କରିଛି। ୨୦୧୯ ମସିହାରେ ଆମେରିକା ସହ ଚାଲିଥିବା ଟ୍ରେଡ୍ ୱାର୍ ସମୟରେ ବିରଳ ମୃତ୍ତିକା ଯୋଗାଣ ବନ୍ଦ କରିବାକୁ ଚିନ୍ ଧମକ ଦେଇଥିଲା।

ଆଫଗାନିସ୍ତାନର ଖଣିଜ ପଦାର୍ଥ ହାତେଇବାକୁ ଚାହୁଁଥିବା ଚିନ୍‌କୁ ଆନ୍ତର୍ଜାତିକ ଆଇନ ପାଳନ କରିବା ପାଇଁ ଆନ୍ତର୍ଜାତିକସ୍ତରରେ ଚାପ ପ୍ରୟୋଗ କରାଯିବା ଆବଶ୍ୟକ। ଯେକୌଣସି ଦେଶ ଆଫଗାନିସ୍ତାନର ଖଣିଜ ପଦାର୍ଥ ପ୍ରାପ୍ତ କରିବାକୁ ଆଗ୍ରହ କରିବ, ତା'କୁ ଆଫ୍‌ଗାନ୍ ମାଟରେ ମାନବାଧିକାର ସୁରକ୍ଷା ତଥା ବିଶେଷ କରି ମହିଳା ଏବଂ ଶିଶୁ ଅଧିକାର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ତାଲିବାନ୍ ଉପରେ ଚାପ ପ୍ରୟୋଗ କରିବା ଆବଶ୍ୟକ ବୋଲି ମାନବାଧିକାର କାର୍ଯ୍ୟକର୍ତ୍ତାମାନେ ଗରୁତ୍ବାରୋପ କରିଛନ୍ତି।

ଆଫଗାନିସ୍ତାନର ଖଣିଜ ସମ୍ପଦର ବିବରଣୀ:

minerals

ଲାନ୍ଥାନମ୍, ନ୍ୟୁଡିମିୟମ ମ୍ୟାଗନେଟ, ସେରିୟମ୍, ଜିଙ୍କ୍, ପାରଦ, ଲିଥିୟମ୍ ଭଳି ଦୁର୍ଲଭ ଖଣିଜ ପଦାର୍ଥ ଗଚ୍ଛିତ ରହିଛି। ସାଟେଲାଇଟ୍ ଏବଂ ଏୟାର୍‌କ୍ରାଫ୍ଟ୍ ନିର୍ମାଣ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ଏବଂ ଇଲେକ୍ଟ୍ରିକାଲ୍ ସାମଗ୍ରୀ ନିର୍ମାଣ ପାଇଁ ବିରଳ ମୃତ୍ତିକାର ବ୍ୟବହାର ହୋଇଥାଏ। ତେବେ ଏହିସବୁ ସାମଗ୍ରୀର ବୈଜ୍ଞାନିକ ପଦ୍ଧତିରେ ଉତ୍ତୋଳନ କରିବା ପାଇଁ ତାଲିବାନ ନିଶ୍ଚିତ ଭାବରେ ବାହ୍ୟ ଶକ୍ତିର ସହାୟତା ନେବ। ଏହି ପରିପ୍ରେକ୍ଷୀରେ ଚିନ୍‌ର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଆଫ୍‌ଗାନିସ୍ତାନରେ ବଡଭାଇ ଭୁମିକା ନେବ ଚିନ୍?

"ଆଫଗାନିସ୍ତାନର ସାର୍ବଭୌମତ୍ବକୁ ସମ୍ମାନ ଦେଇ ଦେଶର ବିକାଶ ପାଇଁ ଚିନ୍ ଚିନ୍ତା କରୁଛି" ବୋଲି ଚିନ୍‌ର ବୈଦେଶିକ ବ୍ୟାପାର ମୁଖପାତ୍ର ହୁଆ ଚୁନିଙ୍ଗ୍ ସୂଚନା ଦେଇଛନ୍ତି। ସଂପୃକ୍ତ ଦେଶରେ ରାଜନୈତିକ ସ୍ଥିରତା ପାଇଁ ଆମେ ତାଲିବାନ ସହ ଯୋଗସୂତ୍ର ରଖିଛୁ ବୋଲି ଏକ ପ୍ରେସ୍ ବିବୃତିରେ ଯୁକ୍ତି ବାଢିଛନ୍ତି ଚୁନିଙ୍ଗ୍।

afghanistan

ଏପରିକି ଖତ ଜୁଲାଇ ମାସରେ ଚିନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଆଫ୍‌ଗାନ୍ ତାଲିବାନ୍ ରାଜନୈତିକ କମିଟିର ମୁଖିଆ ମୁଲ୍ଲା ଅବଦୁଲ୍ ଘନି ବରାଦ୍ଦରର ନେତୃତ୍ବରେ ଆସିଥିବା ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ତିଆନ୍‌ଜିନ୍ ଠାରେ ହୋଇଥିବା ଏହି ଆଲୋଚନା ତାଲିବାନର କାବୁଲ୍ ଦଖଲ ଘଟଣା ସହ ସଂଶ୍ଲିଷ୍ଟ ଥାଇପାରେ।

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ଏହାର ଶୂନ୍ୟସ୍ଥାନ ଚିନ୍ ପୂରଣ କରିବା ସମ୍ଭାବନା ରହିଛି। ଚାଇନା ସରକାରଙ୍କ ଆଭିମୁଖ୍ଯକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ସାଙ୍ଘାଇରୁ ପ୍ରକାଶିତ ଗ୍ଲୋବାଲ୍ ଟାଇମ୍‌ସ ପତ୍ରିକା ଏହା ଅମୁଳକ ବୋଲି ଦର୍ଶାଇଛି। ତେବେ ଚାଇନା ସରକାରୀ ପତ୍ରିକାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଆଫଗାନିସ୍ତାନରେ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟ କରିବା ସହ ଚିନ୍ ତା'ର ଦିଗନ୍ତ ବିସ୍ତାର ଯୋଜନା "ବେଲ୍ଟ୍ ଆଣ୍ଡ୍ ରୋଡ୍" ଅଭିଯାନକୁ ଆଗକୁ ବଢାଇବାକୁ ଚାହଁଛି। ଜଳପଥ, ସ୍ଥଳପଥ, ରାସ୍ତା, ରେଳ ଆଦିର ସୁଦୂର ବିକାଶ କରି ମଧ୍ୟ-ଏସିଆ ଦେଇ ୟୁରୋପ ତଥା ଆଫ୍ରିକା ସହ ଯୋଗାଯୋଗ ବିକାଶ କରିବା ପାଇଁ ଚିନ୍ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଚେଷ୍ଟିତ ଅଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+