ଭାରତର ବଢ଼ିଲା ଚିନ୍ତା ,LAC ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ,୫ ହଜାର କିମି ଲମ୍ବ....
ତିବ୍ବତର ବିଶ୍ୱର ସବୁଠାରୁ ବଡ଼ ନଦୀବନ୍ଧ ତିଆରି କରୁଥିବା ଚୀନ ଏବେ ତିବ୍ବତିର ରେଳ ନେଟୱର୍କ ବିଛାଇବ। ତିବ୍ବତିକୁ ଜିନଜିଆଙ୍ଗ ସହିତ ସଂଯୋଗ କରୁଥିବା ସବୁଠାରୁ ମହତ୍ୱାକାଂକ୍ଷୀ ରେଳ ସଂଯୋଗ ନିର୍ମାଣ କରିବାକୁ ଯାଉଛି ଚୀନ, ଯାହାର ଏକ ଅଂଶ ଭାରତ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ପାଖ ଦେଇ ଯିବ ବୋଲି ମିଡିଆରେ ଖବର ପ୍ରକାଶ ପାଇଛି। ହଂକଂର ଦକ୍ଷିଣ ଚୀନ୍ ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଏହି ରେଳ ପ୍ରକଳ୍ପର କାମ ଚଳିତ ବର୍ଷ ଆରମ୍ଭ ହେବାର ସମ୍ଭାବନା ଅଛି। ଏଥିପାଇଁ, ସରକାର ଏକ ନୂତନ କମ୍ପାନି ଗଠନ କରିଛନ୍ତି। କମ୍ପାନି ଶିନଜିଆଙ୍ଗର ହୋତାନରୁ ତିବ୍ଦତର ରାଜଧାନୀ ଲାସା ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ ଏବଂ ପରିଚାଳନା କରିବ।
ଜିନଜିଆଙ୍ଗ-ତିବ୍ଦତ ରେଳ କମ୍ପାନି ୯୫ ବିଲିୟନ ୟୁଆନ (ପ୍ରାୟ ୧୩.୨ ବିଲିୟନ ଆମେରିକୀୟ ଡଲାର) ପୁଞ୍ଜି ସହିତ ଆନୁଷ୍ଠାନିକ ଭାବରେ ପଞ୍ଜୀକୃତ ହୋଇଛି। ଏହି କମ୍ପାନି ସମ୍ପୂର୍ଣ୍ଣ ଭାବରେ ଚୀନ୍ ରାଜ୍ୟ ରେଳ ଗ୍ରୁପ୍ ଅଧୀନରେ ରହିବ। ଏହାର ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଲାସାକୁ କେନ୍ଦ୍ର କରି ୫,୦୦୦ କିଲୋମିଟର ଲମ୍ବା ରେଳ ନେଟୱାର୍କ ବିକଶିତ କରିବା।

ରେଳପଥର ହାରାହାରି ଉଚ୍ଚତା ୪,୫୦୦ ମିଟରରୁ ଅଧିକ ହେବ । ଯେଉଁଠି ଶୀତଦିନରେ ତାପମାତ୍ରା ମାଇନସ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିପାରେ । ଅମ୍ଳଜାନ ସ୍ତର ୪୪% ରହିବ । ଏହି ରେଳ ଲାଇନ LAC ନିକଟ ଦେଇଯିବ । ଏହାସହ ଏହି ରେଳ ଲାଇନ ଭାରତର ଅକ୍ସାଇ ଚୀନ ଅଞ୍ଚଳ ଦେଇ ଯାଇପାରେ । ତେଣୁ ସାମରିକ ଦୃଷ୍ଟିକୋଣରୁ ଚୀନ ପାଇଁ ରେଳପଥ ଗୁରୁତ୍ବପୂର୍ଣ୍ଣ ରହିବ ।
ଏହି ରେଳପଥ ଯୋଗୁଁ, ଭାରତ-ଚୀନ ସମ୍ପର୍କରେ ନୂଆ ଉତ୍ତେଜନା ସୃଷ୍ଟି ହୋଇପାରେ । ୨୦୨୦ ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ସମ୍ପର୍କ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ କଜାନରେ ବ୍ରିକ୍ସ ସମ୍ମିଳନୀରେ ମୋଦି ଓ ସି ଜିନପିଂଙ୍ଗଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହା ପରେ ସମ୍ପର୍କରେ କିଛି ଉନ୍ନତି ଆସିଛି । ଏପରିକି ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ବୈଠକରେ ଯୋଗ ଦେବାକୁ ମୋଦି ଚୀନ ଯାଇପାରନ୍ତି । ଏହି ସମୟରେ ଚୀନର ରେଳପଥ ନୂଆ ବିବାଦ ସୃଷ୍ଟି କରିପାରେ ।












Click it and Unblock the Notifications