ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ ଜିନ୍ପିଙ୍ଗ୍ , ଆମେରିକୀୟ ସାମଗ୍ରୀ ଉପରେ ୧୦ ରୁ ୧୫ ପ୍ରତିଶତ ଶୁଳ୍କ ଲାଗୁ କଲା ଚୀନ
ଓ୍ବାଶିଂଟନ୍: ଏବେ ବିଶ୍ୱର ଦୁଇ ମହାଶକ୍ତିଶାଳୀ ଦେଶ ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଟାରିଫ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଶନିବାର (ଫେବୃଆରୀ ୧)ରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁ କରିଥିଲେ। ଏହାର ଜବାବରେ ଚୀନ୍ ମଧ୍ୟ ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛି। ମଙ୍ଗଳବାର ଦିନ ଚୀନ୍ ଅର୍ଥ ମନ୍ତ୍ରଣାଳୟ ଆମେରିକୀୟ ଉତ୍ପାଦ ଉପରେ ୧୦ ରୁ ୧୫ ପ୍ରତିଶତ ଶୁଳ୍କ ଲଗାଇବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି।

ବେଜିଂର ଶୁଳ୍କ ଆମେରିକାରୁ ଚୀନ୍ର ବଡ କାର, ପିକଅପ୍ ଟ୍ରକ୍, ଏଲଏନଜି, ଅଶୋଧିତ ତେଲ ଏବଂ କୃଷି ଯନ୍ତ୍ରପାତି ଆମଦାନୀକୁ ପ୍ରଭାବିତ କରିବ। ଚୀନ୍ କୋଇଲା ଏବଂ ପ୍ରାକୃତିକ ଗ୍ୟାସ ଉପରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଏବଂ ପେଟ୍ରୋଲିୟମ୍, କୃଷି ଉପକରଣ, ଉଚ୍ଚ ନିର୍ଗମନ ଯାନ ଏବଂ ପିକଅପ୍ ଟ୍ରକ୍ ଉପରେ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛି। ଚୀନ୍ କିଛି ପ୍ରମୁଖ ଖଣିଜ ପଦାର୍ଥର ରପ୍ତାନି ଉପରେ ନିୟନ୍ତ୍ରଣ ଲାଗୁ କରିଛି। ଏହା ସହିତ, ଗୁଗୁଲ୍ ଏବଂ କିଛି ଆମେରିକୀୟ କମ୍ପାନି ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଛି।












Click it and Unblock the Notifications