ଆମେରିକା ଉତ୍ପାଦ ଚୀନ ଉପରେ ଲଗାଇଲା ୮୪% ଶୁଳ୍କ
ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ବୁଧବାର ଚୀନ ଆମେରିକା ଉପରେ ପାଲଟା ୮୪% ପ୍ରତିଶତ ଶୁଳ୍କ ଲଗାଇଛି। ଏଣିକି ଚୀନରେ ବିକ୍ରି ହେଉଥିବା ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଏହି ଟିକସ ଗୁରୁବାରଠାରୁ ଲାଗୁ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତି ଉପରେ ପଡ଼ିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଚୀନ୍ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ଅତିରିକ୍ତ ଶୁଳ୍କ ୧୦ ଏପ୍ରିଲରୁ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେବ। ପୂର୍ବରୁ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ବିଷୟରେ କଥା ହୋଇଥିଲା, କିନ୍ତୁ ଏବେ ଏହାକୁ ୮୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ୧୨ଟି ଆମେରିକୀୟ ପ୍ରତିଷ୍ଠାନକୁ ଏହାର ରପ୍ତାନି ନିୟନ୍ତ୍ରଣ ତାଲିକାରେ ରଖି ଆମେରିକାକୁ ଜବାବ ଦେଇଛି। ଏହା ସହିତ, 6ଟି ଆମେରିକୀୟ କମ୍ପାନୀକୁ "ଅବିଶ୍ୱସନୀୟ ସଂସ୍ଥା" ତାଲିକାରେ ସାମିଲ କରାଯାଇଛି।












Click it and Unblock the Notifications