China hit-and-run incident:ଶତାଧିକ ଲୋକଙ୍କ ଉପରେ କାର ଚଢାଇ ଦେଲା ଦୁର୍ବୃତ୍ତ, ୩୫ ମୃତ, ୪୩ ଆହତ
ନୂଆଦିଲ୍ଲୀ: ଚୀନରେ ହିଟ୍ ଆଣ୍ଡ ରନ୍ର ଭୟଙ୍କର ଘଟଣା ସାମନାକୁ ଆସିଛି । ଦକ୍ଷିଣ ଚୀନର ଝୁହାଇ ସହରରେ ସ୍ପୋର୍ଟ୍ସ ସେଣ୍ଟର ବାହାର ବ୍ୟାୟାମ କରୁଥିବା ଶତାଧିକ ଲୋକଙ୍କ ଉପରେ ଜଣେ ଦୁବୃର୍ତ୍ତ କାର ଚଢାଇ ଦେଇଛି । ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଚାଇନାର ସମ୍ମାନଜନକ ଏୟାର ସୋ ଜୁହାଇରେ ଚାଲିଥିଲା। ଏହାକୁ ଦେଖିବା ପାଇଁ ସହରରେ ଲୋକମାନେ ଭିଡ଼ ଜମାଇଥିଲେ।
ଏହି କାର୍ଯ୍ୟକ୍ରମ ସମୟରେ, କାର୍ ଚଳାଉଥିବା ଜଣେ ଡ୍ରାଇଭର ଭିଡ଼ ଅଞ୍ଚଳରେ ପହଞ୍ଚିଥିଲେ। ହଠାତ୍ ତାଙ୍କ କାର ନିୟନ୍ତ୍ରଣ ହରାଇଥିଲା ଏବଂ ଭିଡ଼ ଭିତରକୁ ତୀବ୍ର ବେଗରେ ମନାଇଯାଇଥିଲା। ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏହା ଏକ ଦୁର୍ଘଟଣା ଅବା ହିଟ୍ ଆଣ୍ଡ୍ ରନ୍ ମାମଲା ତାହା ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।

ଘଟଣା ପରେ ଦୁର୍ଘଟଣା ଘଟାଇଥିବା କାରକୁ ଚଳାଉଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ୍ ତୁରନ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଫାନ। ସେ ଜାଣିଶୁଣି ଗୋଟିଏ ଛୋଟ କାରକୁ ଦ୍ରୁତଗତିରେ ଚଳାଇବା ସହ କ୍ରୀଡ଼ା କେନ୍ଦ୍ର ବାହାରେ ଛଡ଼ା ହୋଇଥିବା ଲୋକଙ୍କ ଉପରେ ମଡ଼ାଇ ଦେଇଥିବା କୁହାଯାଉଛି। ଘଟଣାଟି ସନ୍ଧ୍ୟା ୭.୪୮ ସମୟରେ ଘଟିଥିଲା। ଫାନ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍ ତାଙ୍କୁ ଗିରଫ କରିଛି।ଏହି ସମୟରେ ଛୁରୀରେ ସେ ନିଜକୁ ମଧ୍ୟ ଆକ୍ରମଣ କରି କ୍ଷତି ପହଞ୍ଚାଇବାକୁ ଚାହିଁଥିଲା । ଏଥିରେ ତାର ବେକର ଆଘାତ ଲାଗିଛି ।
ଫାନ ଜାଣିଶୁଣି ଏପରି ଘଟଣା ଘଟାଇଥିବା କୁହାଯାଉଥିଲେ ହେଁ ଅଧିକାରୀମାନେ ଏଯାଏ ଘଟଣା ପଛର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଝୁହୈରେ ଦିନକ ପରେ ବଡ଼ଧରଣର ଏୟାରଶୋ' ଖୋଲିବାର କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ କ୍ରୀଡ଼ା କେନ୍ଦ୍ର ବାହାରେ ଏପରି ଘଟଣା ଘଟିଛି।












Click it and Unblock the Notifications