ଚୀନ୍ ବଢ଼ାଇଲା ନୌସେନାର ଶକ୍ତି
ଚୀନ୍ ତାର ସର୍ବାଧିକ ନୂତନ ତଥା ଆଧୁନିକ ବିମାନବାହୀ ଯୁଦ୍ଧପୋତ ଫୁଜିୟାନକୁ ନୌସେନାରେ ସାମିଲ କରିଛି । ଚୀନ୍ର ସରକାରୀ ନ୍ୟୁଜ ଏଜେନ୍ସି ସିନ୍ହୁଆ ଏହି ସୂଚନା ଦେଇଛି । ରାଷ୍ଟ୍ରପତି ସି. ଜିନପିଙ୍ଗ ଗତ ୫ ତାରିଖରେ ହାଇନାନ ପ୍ରାନ୍ତରେ ଅନୁଷ୍ଠିତ ଏକ ସମାରୋହରେ ଫୁଜିୟାନକୁ ନୌସେନାକୁ ହସ୍ତାନ୍ତର କରିଥିଲେ । ଏଥିସହ ସେ ଯୁଦ୍ଧପୋତ ଉପରକୁ ଯାଇ ଏହାର ନିରୀକ୍ଷଣ କରିଥିଲେ ।

ଫୁଜିୟାନ ହେଉଛି ଚୀନ୍ର ତୃତୀୟ ବିମାନବାହୀ ଯୁଦ୍ଧପୋତ । ଏହା ସମ୍ପୂର୍ଣ୍ଣ ଭାବେ ଚୀନ୍ରେ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ଥିବା ଚୀନ୍ର ଦୁଇଟି ବିମାନବାହୀ ଯୁଦ୍ଧପୋତ ଲିଆଓନିଙ୍ଗ ଏବଂ ସାନ୍ଡଙ୍ଗ ରୁଷ ସହାୟତାରେ ନିର୍ମାଣ କରାଯାଇଥିଲା । ଫୁଜିୟାନ ହେଉଛି ଏକ ସୁପରମଡର୍ଣ୍ଣ ବିମାନବାହକ । ଏଥିରେ ଉନ୍ନତ ଧରଣର ଇଲେକ୍ଟ୍ରିକ ସିଷ୍ଟମ ବ୍ୟବହାର କରାଯାଇଛି । ଫଳରେ ଏହା ଉପରୁ ଲଢ଼ୁଆ ବିମାନ ତୁରନ୍ତ ଉଡ଼ାଣ ଭରିପାରିବ । ଏହା ଉପରେ ଜେ-୩୫ ଷ୍ଟେଲ୍ଥ ଯୁଦ୍ଧବିମାନ ନିୟୋଜିତ କରାଯିବ । ଫୁଜିୟାନ ନୌସେନାରେ ସାମିଲ ହୋଇଥିବାରୁ ଭାରତ ମହାସାଗର ଠାରୁ ଆରମ୍ଭ କରି ତାଇୱାନ ସାଗର ପର୍ଯ୍ୟନ୍ତ ଚୀନ୍ର ଦବ୍ଦବା ବଢ଼ିବ ।












Click it and Unblock the Notifications