୩ ସପ୍ତାହ ହେଲା ମିଳୁନି ଚୀନ ବିଦେଶ ମନ୍ତ୍ରୀଙ୍କ ପତ୍ତା
ଚୀନ:ଚୀନର ବୈଦେଶିକ ବ୍ୟାପର ମନ୍ତ୍ରୀ କିନ୍ ଗାଙ୍ଗ୍ ନିଖୋଜ । ୩ ସପ୍ତାହ ହେଲା ମିଳୁନି ପତ୍ତା । ଗୋଟେ ପଟେ ଚୀନର ରାଜନୈତି ଗିତିବିଧି ପରିବର୍ତ୍ତନ ହେଉଛି ତ ଅନ୍ୟ ପଟେ ନିଖୋଜ ଅଛନ୍ତି ବିଦେଶ ମନ୍ତ୍ରୀ ଯାହା ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକାର ରାଷ୍ଟ୍ରଦୂତ ଭାବରେ କିଛି ସମୟ ରହିବା ପରେ ଡିସେମ୍ବର ମାସରେ କିନ୍ ଗାଙ୍ଗ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଆମେରିକା ସହ ସୁସମ୍ପର୍କ ଗଢିବା ପାଇଁ କିନ୍ ଗାଙ୍ଗଙ୍କର ବିଶେଷ ଅବଦାନ ଥିଲା । ରାଜନୈତି ଏବଂ ଆମେରିକା ବିଷୟରେ ତାଙ୍କର ଗଭୀର ଅଭିଜ୍ଞତା ଥିଲା ।

ଜଳବାୟୁ ସଙ୍କଟ ଉପରେ ଆଲୋଚନା କରିବା ପାଇଁ ଆମେରିକା ଜନ କୈରୀ ଚୀନରେ ପହଁଞ୍ଚିଥିବା ବେଳେ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗଙ୍କର ଏପରି ନିଖୋଜ ହୋଇଯିବା ଘଟଣା ଏବେ ସବୁଠି ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ, ରାଷ୍ଟ୍ରପତି ଶି.ଜିନପିଙ୍ଗଙ୍କର ଅତି ଘନିଷ୍ଠ ଥିଲେ କିନ୍ ଗାଙ୍ଗ ।
ଆମେରିକା ଉପରେ ଲଞ୍ଚ ହୋଇଥିବା ଗୁପ୍ତଚର ବେଲୁନ୍ ପ୍ରସଙ୍ଗର ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ତିକ୍ତ ସୃଷ୍ଟି ହୋଇଥିଲା । ହେଲେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ପୁନଃ ସ୍ଥାପିତ କରିବା ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଜୁନ୍ ମାସରେ ମଧ୍ୟଭାଗରେ ବେଜିଂ ଗସ୍ତ ସମୟରେ ଆମେରିକାର ବୈଦେଶିକ ସଚିବଙ୍କୁ ଭେଟିଥିଲେ ଚୀନର ବୈଦେଶିକ ବ୍ୟାପର ମନ୍ତ୍ରୀ କିନ୍ ଗାଙ୍ଗ୍ ।












Click it and Unblock the Notifications