ଚୀନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ , ୩୦ ଜଣଙ୍କ ମୃତ୍ୟୁ
ଚୀନର ରାଜଧାନୀ ବେଜିଂରେ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତର ଉପକଣ୍ଠରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନର ଗଣମାଧ୍ୟମ ଅନୁଯାୟୀ, ରାଜଧାନୀରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପାଣି ଜମି ରହିବା ହେତୁ ରାସ୍ତାଘାଟ ନିଶ୍ଚିହ୍ନ ହୋଇଯାଇଛି ।
୧୩୬ ଗ୍ରାମରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି ପ୍ରଶାସନ । ସ୍ଥାନାନ୍ତରିତ ଲୋକଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ ବି କରାଯାଉଛି । ଏହାସହ ମୃତ୍ୟୁ ସଂଖ୍ୟା କମାଇବାକୁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ରିପୋର୍ଟରୁ ଜଣାପଡିଛି ଯେ, ମଧ୍ୟରାତ୍ରି ସୁଦ୍ଧା ବେଜିଂର ସବୁଠାରୁ ଅଧିକ ପ୍ରଭାବିତ ମିୟୁନ୍ ଜିଲ୍ଲାରେ ୨୮ଜଣ ଓ ୟାନକିଙ୍ଗ୍ ରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ରାତିସାରା ଚୀନ୍ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ସୋମବାର ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ଏବଂ ବନ୍ୟାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଯେତେବେଳେ ଅନ୍ୟ ଆଠ ଜଣ ନିଖୋଜ ଅଛନ୍ତି। ହେବେଇ ପ୍ରଦେଶରେ ଭୂସ୍ଖଳନରେ ପୀଡିତମାନେ ଫସି ରହିଛନ୍ତି।












Click it and Unblock the Notifications